ପୁଅ ସାଜିଲା ପିଶାଚ, ବାପା ଛାତିରେ ଭୁଶିଦେଲା ଛୁରୀ

ଆସିକା(ମନୋଜ ମୁନି): ପୁଅ ସାଜିଲା ପିଶାଚ ।  ଯେଉଁ ବାପା ହାତ ଧରି ବାଟ ଚାଲିବା ଶିଖାଇଥିଲା, ତାକୁ ହିଁ ନିପାତ କଲା । ନିଶାସକ୍ତ ହୋଇ ହିତାହିତ ଜ୍ଞାନ ଭୁଲି ସାରିଥିବା ପୁଅ ସାଜିଲା ସଇତାନ । ନିଜ ହାତରେ ନିଜ ବାପାକୁ ଛୁରୀ ଭୁଷି ଦେଲା। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ପଢାଲ ଗ୍ରାମରେ ଘଟିଛି। ମୃତକ ହେଲେ ଦେବରାଜ ନାହାକ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା […]

murder

  • Published: Tuesday, 25 October 2022
  • , Updated: 25 October 2022, 05:11 PM IST

ଆସିକା(ମନୋଜ ମୁନି): ପୁଅ ସାଜିଲା ପିଶାଚ ।  ଯେଉଁ ବାପା ହାତ ଧରି ବାଟ ଚାଲିବା ଶିଖାଇଥିଲା, ତାକୁ ହିଁ ନିପାତ କଲା । ନିଶାସକ୍ତ ହୋଇ ହିତାହିତ ଜ୍ଞାନ ଭୁଲି ସାରିଥିବା ପୁଅ ସାଜିଲା ସଇତାନ । ନିଜ ହାତରେ ନିଜ ବାପାକୁ ଛୁରୀ ଭୁଷି ଦେଲା। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ପଢାଲ ଗ୍ରାମରେ ଘଟିଛି। ମୃତକ ହେଲେ ଦେବରାଜ ନାହାକ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପୁଅ ଅରୁଣ ନାହାକ ଫେରାର ହୋଇ ଯାଇଛନ୍ତି।

ପ୍ରାଥମିକ ସୂଚନା ମୁତାବକ, ଗତ ରାତିରେ କୌଣସି କାରଣକୁ କେନ୍ଦ୍ର କରି ଦେବରାଜ ଓ ତାଙ୍କ ପୁଅ ଅରୁଣ ନାହାକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ମା ଓ ଭଉଣୀଙ୍କୁ ଆକ୍ରମଣ କରିଥିଲେ । ଏହାକୁ ଦେବରାଜ ବିରୋଧ କରିବାରୁ ସେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଏହାପରେ ଦେବରାଜଙ୍କ  ଛାତିକୁ ଛୁରୀରେ ଭୁଶି ଫେରାର ହୋଇଯାଇଥିଲେ l

ଦେବରାଜଙ୍କୁ ଚିକିତ୍ସା ନିମନ୍ତେ ପରିବାର ଲୋକେ  ସଙ୍ଗେ ସଙ୍ଗେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି  କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆସିକା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।  ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି । ସେପଟେ ହତ୍ୟାକାରୀ ପୁଅକୁ ଖୋଜୁଛି ପୁଲିସ ।

Related story