Advertisment

ମଦ ପାଇଁ ପୁଅ ନେଲା ବାପାର ଜୀବନ

ଆସିକା(ମନୋଜ ମୁନୀ): ମଦ ପିଇବା ଲାଗି ବାପା ଟଙ୍କା ନ ଦେବାରୁ ଛୁରୀ ଭୁସି ହତ୍ୟା କଲା ପୁଅ। ଏପରି ଅଭାବନୀୟ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁରେ ଗତ ରାତିରେ ଘଟିଛି। ମୃତକ ହେଲେ କରୁଣାକର ସାହୁ। ହତ୍ୟାକାରୀ ପୁଅ ଫେରାର ହୋଇ ଯାଇଥିବା ଜଣାଯାଇଛି। ଗତ ରାତିରେ କରୁଣାକରଙ୍କ ସାନପୁଅ ମଦ ପିଇବା ଲାଗି ତାଙ୍କୁ ଟଙ୍କା ମାଗିଥିଲେ l ମାତ୍ର କରୁଣାକର  ଟଙ୍କା ନ ଦେବାରୁ ସାନପୁଅ  ବାପାଙ୍କୁ  ଠେଙ୍ଗାରେ […]

ଅଦ୍ୟତନ ହୋଇଛି
ଆଜିଠାରୁ ଅନଲାଇନ୍‌ରେ ମିଳିବ ମଦ

liquor

Advertisment

ଆସିକା(ମନୋଜ ମୁନୀ): ମଦ ପିଇବା ଲାଗି ବାପା ଟଙ୍କା ନ ଦେବାରୁ ଛୁରୀ ଭୁସି ହତ୍ୟା କଲା ପୁଅ। ଏପରି ଅଭାବନୀୟ ହତ୍ୟାକାଣ୍ଡ ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁରେ ଗତ ରାତିରେ ଘଟିଛି। ମୃତକ ହେଲେ କରୁଣାକର ସାହୁ। ହତ୍ୟାକାରୀ ପୁଅ ଫେରାର ହୋଇ ଯାଇଥିବା ଜଣାଯାଇଛି।

Advertisment

ଗତ ରାତିରେ କରୁଣାକରଙ୍କ ସାନପୁଅ ମଦ ପିଇବା ଲାଗି ତାଙ୍କୁ ଟଙ୍କା ମାଗିଥିଲେ l ମାତ୍ର କରୁଣାକର  ଟଙ୍କା ନ ଦେବାରୁ ସାନପୁଅ  ବାପାଙ୍କୁ  ଠେଙ୍ଗାରେ ବାଡେଇବା ସହିତ ଓ ଛୁରୀ ଭୁସି ଫେରାର ହୋଇ ଯାଇଥିଲା।

ପରିବାର ଲୋକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କରୁଣାକରଙ୍କୁ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ମାତ୍ର ଡାକ୍ତର  ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l  ଖବର ପାଇ କବିସୂର୍ଯ୍ୟନଗର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଧରି ପାରିନି।  ଏହି ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି।

Advertisment
Honour Killing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe