Advertisment

ଜଣେ ମା’କୁ ମାରି ପୋତିଥିଲା, ଆଉ ଜଣେ କହୁଛି ମୁଁ ଆଜି ସକାଳେ ଆସିଲି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନିଜ ଜନ୍ମକଲା ସନ୍ତାନ ହାତରେ ଜୀବନ ହରାଇଛନ୍ତି ଜନ୍ମଦାତ୍ରୀ ମା’। କଳାହାଣ୍ଡି କୋକସରାରେ ମା’କୁ ଛୁରି ଭୁଷି ଜୀବନ ନେବା ପରେ ମାଟିରେ ପୋତି ଦେଇଥିବା ପୁଅକୁ ଧରିଛି ପୁଲିସ୍‌। ସେପଟେ ଜୟପୁରରେ ବାପା, ମାଙ୍କୁ ବୀଭତ୍ସ ହତ୍ୟା କରିଥିବା ଜହ୍ଲାଦ୍‌ ପୁଅକୁ ଥାନାରେ ବାନ୍ଧିଆଣି ଜେରା କରାଯାଉଛି। କଳାହାଣ୍ଡି ଜିଲ୍ଲା କୋକସରା ଥାନା ତୁନଗାଁରେ ଘଟିଛି ବର୍ବରକାଣ୍ଡ। ଗତ ୨୫ ତାରିଖରେ ଗାଁର ରମେଶ ବେମାଲ ନିଜ ମା’ ସହ କୌଣସି କାରଣରୁ […]

author-image
Mihir Pattnayak
ଜଣେ ମା’କୁ ମାରି ପୋତିଥିଲା, ଆଉ ଜଣେ କହୁଛି ମୁଁ ଆଜି ସକାଳେ ଆସିଲି !

RR

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନିଜ ଜନ୍ମକଲା ସନ୍ତାନ ହାତରେ ଜୀବନ ହରାଇଛନ୍ତି ଜନ୍ମଦାତ୍ରୀ ମା’। କଳାହାଣ୍ଡି କୋକସରାରେ ମା’କୁ ଛୁରି ଭୁଷି ଜୀବନ ନେବା ପରେ ମାଟିରେ ପୋତି ଦେଇଥିବା ପୁଅକୁ ଧରିଛି ପୁଲିସ୍‌। ସେପଟେ ଜୟପୁରରେ ବାପା, ମାଙ୍କୁ ବୀଭତ୍ସ ହତ୍ୟା କରିଥିବା ଜହ୍ଲାଦ୍‌ ପୁଅକୁ ଥାନାରେ ବାନ୍ଧିଆଣି ଜେରା କରାଯାଉଛି।

Advertisment

କଳାହାଣ୍ଡି ଜିଲ୍ଲା କୋକସରା ଥାନା ତୁନଗାଁରେ ଘଟିଛି ବର୍ବରକାଣ୍ଡ। ଗତ ୨୫ ତାରିଖରେ ଗାଁର ରମେଶ ବେମାଲ ନିଜ ମା’ ସହ କୌଣସି କାରଣରୁ ପାଟିତୁଣ୍ଡ କରିଥିଲେ। ଶେଷରେ ଉତ୍‌କ୍ଷିପ୍ତ ହୋଇ ମା’ଙ୍କୁ ଛୁରୀରେ ଆକ୍ରମଣ କରିଥିଲା ରମେଶ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତକାଲି ପୀଡିତାଙ୍କ ମୃତ୍ୟୁ ପରେ କାହାକୁ ନ ଜଣାଇ ମୃତଦେହକୁ ଆଣି ଗାଁ ମଶାଣିରେ ପୋତି ଦେଇଥିଲେ ରମେଶ। ଆଜି ଗ୍ରାମବାସୀଙ୍କ ଅଭିଯୋଗ ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟିତଳୁ ମୃତଦେହ ଉଦ୍ଧାର କରିଥିଲା ପୁଲିସ୍‌। ଆଉ ଏବେ ଜହ୍ଲାଦ୍‌ ପୁଅ ଥାନାରେ ଅଟକ ରହିଛି।

ସେପଟେ ଜୟପୁରରେ ବି ଘଟିଛି ଏମିତି ଏକ ବିବତ୍ସ ହତ୍ୟାକାଣ୍ଡ। ବନ୍ଦ ଘରୁ ମିଳିଛି ଦମ୍ପତିଙ୍କ ଶବ। ଏଠି ବି ଜନ୍ମକଲା ପୁଅ ହାତରେ ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ୍‌ ସନ୍ଦେହ କରୁଛି। ମୃତକ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ ଶେଖ୍ ରେହମାନ୍ ଓ ତାଙ୍କ ପତ୍ନୀ।

Advertisment

ପାରିବାରିକ ବିବାଦ ଯୋଗୁ ପତ୍ନୀଙ୍କ ସହ ଅନ୍ୟତ୍ର ରହୁଥିଲେ ରେହମାନଙ୍କ ପୁଅ। ଆଜି ସକାଳେ ସେ କୌଣସି କାରଣରୁ ଘରକୁ ଆସିଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ପଡୋଶୀଙ୍କୁ ସୂଚନା ଦେଇଥିଲେ। ପଡୋଶୀ ଘର କବାଟ ଭାଙ୍ଗିବା ପରେ ଭିତରେ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଶେଷରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏକ ରକ୍ତଲଗା ଟାଙ୍ଗିଆ ଜବତ କରିଛି। କାହିଁକି ଏବଂ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ସଂଘଟିତ ହେଲା ବୋଲି ତଦନ୍ତ ଚଳାଇଛି ପୁଲିସ୍‌। ହତ୍ୟାକାଣ୍ଡ ପଛରେ ପୁଅ ଅଛି ନା ଆଉ କିଏ ସେ ନେଇ ଚାଲିଛି ତଦନ୍ତ। ଏସବୁ ଦିଗକୁ ଧରି ରେହମାନଙ୍କ ପୁଅ ଓ ବୋହୂକୁ ଥାନାକୁ ନେଇ ପଚରାଉଚରା କରୁଥିବା ବେଳେ ଚୋରି ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ସଫେଇ ଦେଇଛନ୍ତି ରେହମାନଙ୍କ ପୁଅ।