Advertisment

ନିଶା ପାଇଁ ପଇସା ଦେଲାନି ମା’, ପିଟିପିଟି ହତ୍ୟା କଲା ପୁଅ

ଯାଜପୁର(ଗୁଲାମ ଗସ୍): ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା, ନିଜ ପଣତ କାନିରେ ଲୁହ ପୋଛି ଦେଉଥିଲା। ସେହି ମା’କୁ ହତ୍ୟା କଲା ହତଭାଗା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଚଣା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ସୁଷମା ସାମଲ। ପୁଲିସ ଅଭିଯୁକ୍ତ ପୁଅ ରଞ୍ଜନ ସାମଲକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ରଞ୍ଜନ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲା। […]

ଅଦ୍ୟତନ ହୋଇଛି
ଅଭିଯୋଗ କରିବାକୁ ଯାଉଥିବା ଭଉଣୀକୁ ଥାନା ସାମ୍ନାରେ ମାରିଦେଲା ଭାଇ

DeadBody

Advertisment

ଯାଜପୁର(ଗୁଲାମ ଗସ୍): ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା, ନିଜ ପଣତ କାନିରେ ଲୁହ ପୋଛି ଦେଉଥିଲା। ସେହି ମା’କୁ ହତ୍ୟା କଲା ହତଭାଗା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଚଣା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ସୁଷମା ସାମଲ। ପୁଲିସ ଅଭିଯୁକ୍ତ ପୁଅ ରଞ୍ଜନ ସାମଲକୁ ଗିରଫ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ରଞ୍ଜନ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲା। ଘରେ ପହଞ୍ଚି ମା’କୁ ନିଶା ଖାଇବାକୁ ପଇସା ମାଗିଥିଲା। ହେଲେ ସୁଷମା ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ଢେଙ୍ଗାରେ ବାଡ଼େଇ ବାଡ଼େଇ ରକ୍ତାକ୍ତ କରିଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ସୁଷମାକୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
ରଞ୍ଜନ ସୁଷମାଙ୍କ ବଡ଼  ପୁଅ ଥିଲେ। ତାଙ୍କର ଆଉ ଦୁଇ ଭାଇ ଅଛନ୍ତି।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe