Advertisment

ସୋନାଲ ମାନସିଂହ ଓ ମଧୁଲିତା ମହାପାତ୍ରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧୁଲିତା ମହାପାତ୍ର ଓ ଛଉ ନୃତ୍ୟରେ ତପନ କୁମାର ପଟ୍ଟନାୟକଙ୍କୁ ୨୦୧୮ ମସିହା ପାଇଁ ସମ୍ମାନଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିବ। ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆସାମର ଗୁଆହାଟିଠାରେ ଜୁନ୍ ୨୬ତାରିଖରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋ (ଏକାଡେମୀ ରତ୍ନ) ପାଇଁ ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ, ଜାକିର ହୁସେନ, ଯତୀନ ଗୋସ୍ୱାମୀ ଓ କେ […]

ଅଦ୍ୟତନ ହୋଇଛି
ସୋନାଲ ମାନସିଂହ ଓ ମଧୁଲିତା ମହାପାତ୍ରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

sonal-mansingh

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧୁଲିତା ମହାପାତ୍ର ଓ ଛଉ ନୃତ୍ୟରେ ତପନ କୁମାର ପଟ୍ଟନାୟକଙ୍କୁ ୨୦୧୮ ମସିହା ପାଇଁ ସମ୍ମାନଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିବ।

Advertisment

ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆସାମର ଗୁଆହାଟିଠାରେ ଜୁନ୍ ୨୬ତାରିଖରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋ (ଏକାଡେମୀ ରତ୍ନ) ପାଇଁ ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂହ, ଜାକିର ହୁସେନ, ଯତୀନ ଗୋସ୍ୱାମୀ ଓ କେ କଲ୍ୟାଣସୁନ୍ଦରମ ପିଲ୍ଲାଇଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି। ସେହିପରି ଓଡିଶୀ ନୃତ୍ୟ ଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ଉସ୍ତାଦ ବିସମିଲା ଖାଁ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନୃତ୍ୟ କ୍ଷେତ୍ରରେ ଓଡ଼ିଶୀ ପାଇଁ ସ୍ୱରୁପା ସେନ ଓ ଛଉ ପାଇଁ ତପନ କୁମାର ପଟ୍ଟନାୟକଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି।

ସେହିପରି ଭାରତନାଟ୍ୟମରେ ରାଧା ଶ୍ରୀଧର, କଥକ ପାଇଁ ଯୁଗ୍ମ ଭାବେ ଇଶିରା ଓ ମୌଲିକ ଶାହ, ମଣିପୁରୀ ପାଇଁ ଅଖାମ ଲକ୍ଷ୍ମୀ ଦେବୀ, କୁଚିପୁଡ଼ିରେ ପାଶୁମୂର୍ତ୍ତୀ ରାମଲିଙ୍ଗ ଶାସ୍ତ୍ରୀ, ସତ୍ରୀୟରେ ତାନକେଶ୍ୱର ହଜାରିକା ବୋରବାୟାନ ଓ ସମକାଳୀନ ନୃତ୍ୟରେ ଦୀପକ ମଜୁମଦାରଙ୍କୁ ପୁରସ୍ପାର ପାଇଁ ଚୟନ କରାଯାଇଛି। ସଙ୍ଗୀତ କ୍ଷେତ୍ରରେ ୧୧ଜଣ, ଥିଏଟର ପାଇଁ ୯ଜଣ, ପାରମ୍ପରିକ ଲୋକକଳା ପାଇଁ ୧୦ଜଣ ବିଶିଷ୍ଟ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ନିମନ୍ତେ ଚୟନ କରାଯାଇଛି।

Advertisment

ବାଦ୍ୟ, ସଂଗୀତ, ନୃତ୍ୟ, ଥିଏଟର, ପାରମ୍ପରିକ/ଲୋକକଳା/ ତଫସିଲ ଭୁକ୍ତ ଜନଜାତିର ବାଦ୍ୟ/ ନୃତ୍ୟ/ ଥିଏଟର/ଆଦି କ୍ଷେତ୍ରରେ ଅବଦାନ ପାଇଁ ୪୪ ଜଣ କଳାକାର ୨୦୧୮ ପାଇଁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହି ୪୪ଟି ପୁରସ୍କାର ମଧ୍ୟରେ ରହିଛି ୩ଟି ଯୁଗ୍ମ ପୁରସ୍କାର। ଏଥିସହିତ ୩୨ଜଣ କଳାକାରଙ୍କୁ ଉସ୍ତାଦ ବିସମିଲା ଖାଁ ଯୁବ ପୁରସ୍କାର ପାଇଁ ଚୟନ କରାଯାଇଛି।

ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ପୁରସ୍କାର ବାବଦରେ ଏକାଡେମୀ ଫେଲୋ ସମ୍ମାନ ପାଇଁ ୩ଲକ୍ଷ ଟଙ୍କା ଏବଂ ଏକାଡେମୀ ପୁରସ୍କାର ପାଇଁ ୧ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ସହ ତାମ୍ରପତ୍ର ଏବଂ ଅଙ୍ଗବସ୍ତ୍ର ମଧ୍ୟ ପ୍ରଦାନ କରାଯିବ । ବିସମିଲା ଖାଁ ଯୁବ ପୁରସ୍କାର ପାଇଁ ୨୫ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe