Advertisment

ଲଗାତାର ତୃତୀୟ ଦିନ ପାଇଁ ସୋନପୁର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଏଭଳି ଶୀତ ଆହୁରି ୨ ଦିନ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଲଗାତାର ତୃତୀୟ ଦିନ ପାଇଁ ସୋନପୁର  ବୁଠୁ ଥଣ୍ଡା ସହର ହୋଇଛି। ଆଜି ଏଠାରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରହିଛି। ଗତକାଲି ସୋନପୁରର ତାପମାତ୍ରା ୩.୪ […]

ଅଦ୍ୟତନ ହୋଇଛି
ଲଗାତାର ତୃତୀୟ ଦିନ ପାଇଁ ସୋନପୁର ସବୁଠୁ ଥଣ୍ଡା ସହର

sonapur-1-1

Advertisment

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଏଭଳି ଶୀତ ଆହୁରି ୨ ଦିନ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଲଗାତାର ତୃତୀୟ ଦିନ ପାଇଁ ସୋନପୁର  ବୁଠୁ ଥଣ୍ଡା ସହର ହୋଇଛି। ଆଜି ଏଠାରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରହିଛି। ଗତକାଲି ସୋନପୁରର ତାପମାତ୍ରା ୩.୪ ଡିଗ୍ରୀ ଥିବା ବେଳେ ତା’ ପୂର୍ବ ଦିନ ୪ ଡିଗ୍ରୀ ରହିଥିଲା।

Advertisment

ଏହାବ୍ୟତୀତ ଆଜି ୫.୬ ଡିଗ୍ରୀ ସହ ଅନୁଗୋଳ ଦ୍ୱିତୀୟ ସ୍ଥାନରେ ଓ  ୬.୩ ଡିଗ୍ରୀ ସହ ଫୁଲବାଣୀ  ତୃତୀୟ ସ୍ଥାନରେ ରହିଛି। ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୭, କେନ୍ଦୁଝରରେ ୮.୪, ବଲାଙ୍ଗିରରେ ୮.୫, ବାଲେଶ୍ୱରରେ ୮.୫, ସୁନ୍ଦରଗଡ଼ରେ ୮.୫ ଓ ସମ୍ବଲପୁରରେ  ୮.୭ ଡିଗ୍ରୀ ରହିଛି। ସେହିପରି ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୯ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୯ ଡିଗ୍ରୀ, କୋରାପୁଟରେ ୯.୨, ବାରିପଦାରେ ୯.୪, ତାଳଚେରରେ ୯.୪, କଟକରେ ୯.୫ ଓ ଭୁବନେଶ୍ୱରରେ ୧୦.୬ ଡିଗ୍ରୀ ରହିଛି।

ଅସହ୍ୟ ଜାଡ଼ ଯୋଗୁଁ ୧୩ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି-  ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର।

Advertisment

ଗତ ଦୁଇ ଦିନ ଭଳି ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଥିଲା। ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା, ସାନ ଇନ୍ଦୁପୁର ସହିତ କେନ୍ଦୁଝର ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ ସକାଳୁ ସକାଳୁ ବରଫର ଆସ୍ତରଣ ଦେଖିବାକୁ ମିଳିଥିଲା।

ସେପଟେ ଦିନକ ପରେ ନୂଆବର୍ଷ ହେଲେ ବର୍ଷର ପ୍ରଥମ ଦୁଇଦିନ ହାଲକା ବର୍ଷାରେ ଭିଜିବ ଓଡ଼ିଶା। ୧ ତାରିଖରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ରେ ବର୍ଷା ସହ ୨ରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ତା’ସହ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ। ତେବେ ବର୍ଷା କମିବା ପରେ ରାଜ୍ୟରେ ପୁଣି ଶୀତ ପ୍ରକୋପ ବଢ଼ିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe