‘ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ପଛର କାରଣ ନ୍ୟୁଡ କଲ୍‌’

ସୋନପୁର(ରବୀନ୍ଦ୍ର ହୋତା): ନ୍ୟୁଡ କଲ୍‌ ଭାଇରାଲ ହେବା ଭୟରେ ଜୀବନ ହାରିଥିଲେ ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର। ବ୍ଲାକମେଲରଙ୍କ ବୁଢ଼ିଆଣି ଜାଲରୁ ମୁକୁଳିବା ପାଇଁ ଗଣିଥିଲେ ୨୬ ଲକ୍ଷ ଟଙ୍କା । ଏହାପରେ ବି ବାରମ୍ବାର ଭିଡିଓ ଭାଇରାଲ ଧମକ ମିଳିବାରୁ ଶେଷରେ ଅଙ୍ଗ ନଦୀକୁ ଡେଇଁ ପଡ଼ିଥିଲେ ଦିବ୍ୟ ରଞ୍ଜନ । ଗତ ଅଗଷ୍ଟରେ ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର […]

pic

pic

Niharika Rout
  • Published: Monday, 05 December 2022
  • Updated: 05 December 2022, 01:44 PM IST

ସୋନପୁର(ରବୀନ୍ଦ୍ର ହୋତା): ନ୍ୟୁଡ କଲ୍‌ ଭାଇରାଲ ହେବା ଭୟରେ ଜୀବନ ହାରିଥିଲେ ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର। ବ୍ଲାକମେଲରଙ୍କ ବୁଢ଼ିଆଣି ଜାଲରୁ ମୁକୁଳିବା ପାଇଁ ଗଣିଥିଲେ ୨୬ ଲକ୍ଷ ଟଙ୍କା । ଏହାପରେ ବି ବାରମ୍ବାର ଭିଡିଓ ଭାଇରାଲ ଧମକ ମିଳିବାରୁ ଶେଷରେ ଅଙ୍ଗ ନଦୀକୁ ଡେଇଁ ପଡ଼ିଥିଲେ ଦିବ୍ୟ ରଞ୍ଜନ ।

ଗତ ଅଗଷ୍ଟରେ ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର ଆତ୍ମହତ୍ୟା କରିଥିବା ଘଟଣା ଚାରିଆଡ଼େ ଚର୍ଚ୍ଚାର କାରଣ ପାଲଟିଥିବା ବେଳେ ଏବେ ତାହା ଉପରୁ ପରଦା ହଟାଇଛି ପୁଲିସ୍‌।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସବିଶେଷ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ ପଣ୍ଡା । ଏସ୍‌ପିଙ୍କ ସୂଚନା ଅନୁସାରେ, ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟ ରଂଜନଙ୍କୁ ନ୍ୟୁଡ କଲ କରି ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଏହି ଗ୍ୟାଙ୍ଗରେ ପ୍ରାୟ ୫ ଜଣ ଥିଲେ। ଗ୍ୟାଙ୍ଗର କିଛି ସଦସ୍ୟ ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ଦିବ୍ୟରଞ୍ଜନଙ୍କ କଳା କାରନାମାର ପର୍ଦ୍ଦାଫାଶ କରିଦେବେ ବୋଲି ଧମକ ଦେଇଥିଲେ। ଏଥିନିମନ୍ତେ ସେମାନେ ମୋଟା ଅଙ୍କର ଟଙ୍କା ମାଗି ଚାଲିଥିଲେ।

ଲୋକଲଜ୍ଜା ଭୟରେ ଦିବ୍ୟରଞ୍ଜନ ବ୍ଲାକମେଲରଙ୍କ ୫ଟି ଆକାଉଣ୍ଟକୁ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ୧୫,୭୧୦ ଟଙ୍କା ଅନଲାଇନ୍‌ ଟ୍ରାଞ୍ଜାକସନ କରିଥିଲେ। ଦିବ୍ୟରଞ୍ଜନଙ୍କ ଆତ୍ମହତ୍ୟା ପରେ ଘଟଣାର ଖୋଳତାଡ଼ କରି ପୁଲିସ୍‌ ଏହା ଜାଣିବାକୁ ପାଇଲା। ଏହାପରେ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ରାଜସ୍ଥାନରେ ପହଞ୍ଚି ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଘଟଣାର ମାଷ୍ଟର ମାଇଣ୍ଡ ମେହବୁବ ଓ ତାଙ୍କ ଶଳା ଆଦିଲ । ବ୍ଲାକମେଲ୍‌ ଟଙ୍କାରେ ସେମାନେ ଏକ କାର୍‌ କିଣିଥିଲେ। ପୁଲିସ୍‌ ଉକ୍ତ କାର୍‌ ଓ ଏକ ମୋବାଇଲକୁ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ୍‌। ବ୍ଲାକେମେଲ୍‌ ଗ୍ୟାଙ୍ଗର ସମସ୍ତେ ସମ୍ପର୍କୀୟ ବୋଲି ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ସୋନପୁର ଏସ୍‌ପି ସୂଚନା ଦେଇଛନ୍ତି।

ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର  କୃଷି ମ୍ୟାନେଜର ଦିବ୍ୟ ରଂଜନ ମିଶ୍ର ଗତ ଅଗଷ୍ଟ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀରୁ ଡେଇଁ ଆତ୍ମହତ୍ୟା କରିଥିଲେ। ବ୍ରିଜ ଉପରୁ ତାଙ୍କ ବାଇକ୍‌, ହେଲମେଟ ମିଳିଥିଲା। ପୁଲିସ୍‌ ଘଟଣାର ଖୋଳତାଡ଼ କରି ୨ ଦିନ ପରେ ତାଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲା।  ଏନେଇ ଦିବ୍ୟରଞ୍ଜନଙ୍କ ବାପା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିଲ।

ପୁଲିସ୍‌ ତଦନ୍ତ ଆରମ୍ଭ କରି ଦିବ୍ୟରଞ୍ଜନଙ୍କ ଆକାଉଣ୍ଟରୁ ନିର୍ଦ୍ଦିଷ୍ଟ ୫ଟି ଆକାଉଣ୍ଟକୁ ଲକ୍ଷାଧୀକ ଟଙ୍କା ଯାଇଥିବା ଜଣାପଡ଼ିଥିଲା। ଏଣୁ ଏହାକୁ ଆଧାର କରି ସୁବର୍ଣ୍ଣପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତବେଳେ ଦିବ୍ୟ ରଂଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ କଲ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story