Advertisment

ଆହୁରି ଦୁଇ ଦିନ କଲବଲ କରିବ ତାତି; ସୋନପୁର ଉତ୍ତପ୍ତ ସହର

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ୧୯ ତାରିଖ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କଲବଲ କରିବ ଭୀଷଣ ଗ୍ରୀଷ୍ମପ୍ରବାହ । ତେବେ ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ।

Heat Wave

Heat Wave

Advertisment

ପଶ୍ଚିମ ପରି ଉପକୂଳ ଓଡ଼ିଶାରେ ନିଆଁବର୍ଷା ହେଉଛି। ଜୀବନ ଯାତ୍ରା ଅସ୍ତବ୍ୟକ୍ତ କରିଦେଇଛି। ଆଜି ସୋନପୁର ପାଲଟିଛି ଉତ୍ତପ୍ତ ସହର। ଏଠି ୪୫.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେପଟେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି। ଏମିତିକା ତାତି ଆହୁରି ଦୁଇ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବୌଦ୍ଧରେ ୪୫.୬ ଡିଗ୍ରୀ, ସମ୍ୱଲପୁରରେ ୪୫.୪ ଡିଗ୍ରୀ, ହୀରାକୁଦରେ ୪୫.୧ ଡିଗ୍ରୀ, ବଲାଙ୍ଗିରରେ ୪୫.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ, ଅନୁଗୋଳରେ ୪୪.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୪୪.୫ ଡିଗ୍ରୀ, ନୟାଗଡ଼ରେ ୪୪.୫ ଡିଗ୍ରୀ, ବରଗଡ଼ରେ ୪୪.୪ ଡିଗ୍ରୀ, ଭୁବନେଶ୍ୱରରେ ୪୪.୩ ଡିଗ୍ରୀ, ତାଳଚେରରେ ୪୪.୦ ଡିଗ୍ରୀ, ଢେଙ୍କାନାଳରେ ୪୩.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ଖୋର୍ଦ୍ଧାରେ ୪୩.୫ ଡିଗ୍ରୀ, ରାଉରକେଲାରେ ୪୩.୪ ଡିଗ୍ରୀ, ନୂଆପଡ଼ାରେ ୪୩.୪ ଡିଗ୍ରୀ, ଦେବଗଡ଼ରେ ୪୨.୫ ଡିଗ୍ରୀ, ବାରିପଦାରେ ୪୨.୪ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୪ ଡିଗ୍ରୀ, କଟକରେ ୪୨.୧ ଡିଗ୍ରୀ ଓ ଫୁଲବାଣୀରେ ତାପମାତ୍ରା ୪୨.୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଭବାନୀପାଟଣାରେ ୪୧.୮ ଡିଗ୍ରୀ, କେନ୍ଦୁଝରରେ ୪୧.୪ ଡିଗ୍ରୀ, ଭଦ୍ରକରେ ୪୦.୫ ଡିଗ୍ରୀ, ବ୍ରହ୍ମପୁରରେ ୪୦.୫ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୦.୨ ଡିଗ୍ରୀ, ଯାଜପୁରରେ ୪୦.୦ ଡିଗ୍ରୀ, ଛତ୍ରପୁରରେ ୪୦.୦ ଡିଗ୍ରୀ, ନବରଙ୍ଗପୁରରେ ୩୯.୫ ଡିଗ୍ରୀ, ଚାନ୍ଦବାଲିରେ ୩୯.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୯.୦ ଡିଗ୍ରୀ, ରାୟଗଡ଼ାରେ ୩୯.୦ ଡିଗ୍ରୀ, ଗୋପାଳପୁରରେ ୩୭.୬ ଡିଗ୍ରୀ, କୋରାପୁଟରେ ୩୭.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬.୫ ଡିଗ୍ରୀ, ପୁରୀରେ ୩୬.୨ ଡିଗ୍ରୀ, ବାଲେଶ୍ୱରରେ ୩୪.୮ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୪.୭ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ୧୯ ତାରିଖ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କଲବଲ କରିବ ଭୀଷଣ ଗ୍ରୀଷ୍ମପ୍ରବାହ । ତେବେ ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ। ୨୦ ତାରିଖରେ କେବଳ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ହିଟୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଜୁନ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମେଘୁଆ ପାଗ ଓ ବର୍ଷା ସମ୍ଭାବନା ରହିଛି। ଏଥିସହ ୨୧ କିମ୍ବା ୨୨ ତାରିଖରେ ଓଡ଼ିଶାର କିଛି ସ୍ଥାନରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe