Advertisment

ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ଓଡ଼ିଶା, ସୋନପୁର ଉତ୍ତପ୍ତ ସହର

ଭୁବନେଶ୍ୱରରେ ୩୮.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୮.୦ ଡିଗ୍ରୀ, ବାଲେଶ୍ୱରରେ ୩୭.୬ ଡିଗ୍ରୀ, ନବରଙ୍ଗପୁରରେ ୩୭.୬ ଡିଗ୍ରୀ, କଟକରେ ୩୭.୫ ଡିଗ୍ରୀ, କୋରାପୁଟରେ ୩୭.୫ ଡିଗ୍ରୀ

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Heat Wave

ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟରେ ୨୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ୪୪.୨ ଡିଗ୍ରୀ ସହ ସୋନପୁର ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସୂଚନା ଦେଇଛି।

Advertisment

ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ନୂଆପଡ଼ାରେ ୪୪.୦ ଡିଗ୍ରୀ, ସମ୍ୱଲପୁରରେ ୪୩.୯ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୯ ଡିଗ୍ରୀ, ହୀରାକୁଦରେ ୪୩.୮ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ବଲାଙ୍ଗିରରେ ୪୩.୫ ଡିଗ୍ରୀ, ରାଉରକେଲାରେ ୪୩.୫ ଡିଗ୍ରୀ, ବରଗଡ଼ରେ ୪୩.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୧ ଡିଗ୍ରୀ, ବୌଦ୍ଧରେ ୪୨.୦ ଡିଗ୍ରୀ, ଭବାନୀପାଟଣାରେ ୪୨.୦ ଡିଗ୍ରୀ, ଦେବଗଡ଼ରେ ୪୨.୦ ଡିଗ୍ରୀ, ଅନୁଗୋଳରେ ୪୧.୭ ଡିଗ୍ରୀ, ମାଲକାନଗିରିରେ ୪୧.୦ ଡିଗ୍ରୀ, ଭଦ୍ରକରେ ୪୧.୦ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ,ନୟାଗଡ଼ରେ ୪୦.୨ ଡିଗ୍ରୀ, ଫୁଲବାଣୀରେ ୪୦.୧ ଡିଗ୍ରୀ, ଟିଟିଲାଗଡ଼ରେ ୪୦.୦ ଡିଗ୍ରୀ ଓ ଯାଜପୁରରେ ତାପାମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଢେଙ୍କାନାଳରେ ୩୮.୬ ଡିଗ୍ରୀ, ଭୁବନେଶ୍ୱରରେ ୩୮.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୮.୦ ଡିଗ୍ରୀ, ବାଲେଶ୍ୱରରେ ୩୭.୬ ଡିଗ୍ରୀ, ନବରଙ୍ଗପୁରରେ ୩୭.୬ ଡିଗ୍ରୀ, କଟକରେ ୩୭.୫ ଡିଗ୍ରୀ, କୋରାପୁଟରେ ୩୭.୫ ଡିଗ୍ରୀ, ରାୟଗଡ଼ାରେ ୩୭.୨ ଡିଗ୍ରୀ, କେନ୍ଦୁଝରରେ ୩୭.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୦ ଡିଗ୍ରୀ, ଖୋର୍ଦ୍ଧାରେ ୩୬.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬.୫ ଡିଗ୍ରୀ, ଜଗତସିଂହପୁରରେ ୩.୨ ଡିଗ୍ରୀ, ବାରିପଦାରେ ୩୫.୬ ଡିଗ୍ରୀ, ପୁରୀରେ ୩୪.୮ ଡିଗ୍ରୀ, ପାରାଦୀପରେ ୩୪.୩ ଡିଗ୍ରୀ, ଛତ୍ରପୁରରେ ୩୪.୦ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୪.୦ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha Weather Report