/odisha-reporter/media/post_attachments/uploadimage/library/16_9/16_9_0/Accident_1679815117.jpg)
Accident
କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଆହତ ହୋଇଛନ୍ତି। ସୋନପୁର-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ସୁକାନ୍ତୀ ଏକାଡେମୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ମାନେ ହେଲେ ବିପିନ ମେହେର, ପ୍ରଶାନ୍ତ ସେଠୀ ଓ ଅନ୍ୟ ଜଣେ ମହିଳା। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଆଜି ସକାଳେ ବିପିନ ଓ ପ୍ରଶାନ୍ତ ଏକ ବାଇକ୍ରେ ଆସୁଥିବା ବେଳେ ବୀପରିତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବିପିନ ଓ ପ୍ରଶାନ୍ତ ଆହତ ହେବା ସହ କାର୍ ଥିବାରେ ମହିଳା ଜଣଙ୍କ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଶାନ୍ତ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣାରେ କାର୍ର ସମ୍ମୁଖ ଅଂଶଟି ନଷ୍ଟ ହୋଇଯାଇଛି। ସେହିପରି ବାଇକ୍ଟି ମଧ୍ୟ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ପୁଲିସ ଗାଡ଼ି ୨ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
