Advertisment

ଗଛରେ ପିଟିହେଲା କାର୍‌; ବରକନିଆଁ ସହ ୪ ଆହତ

ଦୁର୍ଘଟଣାରେ ବରକନିଆଁ ସହ ୪ଜଣ ଆହତ ହୋଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ବିବାହ ପରେ ହସଖୁସିରେ ପ୍ରିୟପରିଜନଙ୍କ ସହ କାର୍‌ରେ ଫେରୁଥିଲେ ବରକନିଆଁ। ଅନ୍ୟପକ୍ଷରେ ପୁଅବୋହୂକୁ ସ୍ୱାଗତ କରିବା ପାଇଁ ପରିବାର ଲୋକେ ଅନାଇ ବସିଥିଲେ। ହେଲେ ସମସ୍ତଙ୍କର ଖୁସି ଗୋଟିଏ ସେକେଣ୍ଡରେ ପାଣି ଫୋଟକା କରି ମିଳାଇ ଯାଇଥିଲା। ଯେଉଁ କାର୍‌ରେ ବରକନିଆଁ ଫେରୁଥିଲେ ବାଟରେ ଦୁର୍ଘଟଣା ଘଟିଲା। ଦୁର୍ଘଟଣାରେ ବରକନିଆଁ ସହ ୪ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ବିବାହ ପରେ ଆଜି ଭୋରରୁ ବରକନିଆଁ ସହ ପରିବାର ଲୋକେ ଏକ କାର୍‌ରେ ସମ୍ବଲପୁରରୁ ଟିଟିଲାଗଡ଼ ଖପସି ଅଞ୍ଚଳକୁ ଫେରୁଥିଲେ। ଏହି ସମୟରେ ବଲାଙ୍ଗିର - ସୋନପୁର ରାସ୍ତାର କୃଷି ବିଜ୍ଞନ କେନ୍ଦ୍ର ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା।

ଦୁର୍ଘଟଣାରେ ବରକନିଆଁ ସହ ୪ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ବରକନିଆଁଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। କାର୍‌ରେ ବରକନିଆଁ ସମେତ ୬ ଜଣ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Road Accident Sonepur , Odisha Police