/odisha-reporter/media/post_attachments/uploadimage/library/16_9/16_9_0/Dead_Girl_1677389859.jpg)
Dead Girl
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ କଟାପାଲି ଗାଁରେ ଏକ ଗେଟି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣଙ୍କ ହେଉଛନ୍ତି କଟାପାଲି ଗାଁର ଅନିରୁଦ୍ଧ ପଧାନଙ୍କ ଝିଅ ଶୃତି। ତାଙ୍କୁ ୧୦ ବର୍ଷ ହୋଇଥିଲା।
ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଶୃତି ସାଇକେଲ୍ରେ ଦୋକାନକୁ ଯାଉଥିବା ବେଳେ ଦ୍ରୁତଗତିରେ ଯାଉଥିବା ଟ୍ରାକ୍ଟରଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଶୃତିଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ରାସ୍ତାରୋକ କରିଛନ୍ତି। ଦୁର୍ଘଟଣା ସଂପର୍କରେ ଖବର ପାଇ ରାମପୁର ଦମକଳ ବାହିନୀ ଘଟଣାସ୍ଥଳକୁ ଆସିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଗାଡ଼ିଟିକୁ ଘେରି ଯାଇଥିଲେ। ସେମାନେ ଗଛ ପକାଇ ଗାଡ଼ିଟିକୁ ଅଟକ ରଖିଛନ୍ତି। ଉତ୍ତ୍ୟକ୍ତ ଲୋକେ ଦମକଳ ବାହିନୀ ସହିତ ରାମପୁର ପୁଲିସ୍କୁ ମଧ୍ୟ ଅଟକ ରଖିଛନ୍ତି। ସେମାନେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।
ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନଥିବା ବେଳେ ଦମକଳ ବାହିନୀ ଓ ପୁଲିସ୍ କର୍ମଚାରୀ ଲୋକଙ୍କ ଦ୍ୱାରା ଅଟକ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
