Advertisment

ଜଳିଗଲା ଇନୋଭା କାର୍‌ ସହ ୫ଟି ବାଇକ୍

ଗତକାଲି ବିଳମ୍ବିତ ରାତିରେ ହଠାତ୍ ଗ୍ୟାରେଜରେ ନିଆଁ ଲାଗି ଯାଇଥିଲା।

ଅଦ୍ୟତନ ହୋଇଛି
Fire

Fire

Advertisment

ଗ୍ୟାରେଜରେ ନିଆଁଲାଗି ଜଳିଗଲା ଇନୋଭା କାର୍‌ ସହ ୫ ଖଣ୍ଡ ବାଇକ୍। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ।

Advertisment

ବିନିକା ସହରେ ବସବାସ କରୁଥିବା ନରେନ୍ଦ୍ର ସାହୁ ନିଜ ଗ୍ୟାରେଜରେ କାର୍‌ ଓ ବାଇକ୍‌ ମିଶି ୬ଟିଗାଡ଼ି ରଖିଥିଲେ। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଗ୍ୟାରେଜରେ ନିଆଁ ଲାଗି ଯାଇଥିଲା। ଧୂଆଁ ହେବାରୁ ପରିବାର ଲୋକେ ବାହାରକୁ ଆସି ଦେଖିବାରୁ ଗ୍ୟାରେଜରେ କାର୍‌ ଓ ବାଇକ୍‌ ଗୁଡ଼ିକ ହୁତୁହୁତୁ ହୋଇ ଜଳୁଛି।

ସଙ୍ଗେ ସଙ୍ଗେ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସବୁ କିଛି ପୋଡ଼ି ଛାରଖାର ହୋଇଯାଇଥିଲା। ଗ୍ୟାରେଜରେ ଥିବା ବ୍ୟାଟେରୀ ସ୍କୁଟିରୁ ନିଆଁ ଏପରି ଅଘଟଣ ଘଟିଥିବା ବୋଲି ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ କାହାର କ୍ଷୟକ୍ଷତି ହୋଇ ନାହିଁ। ୩୫ ଲକ୍ଷ ଟଙ୍କାର ଗାଡ଼ିରେ ନିଆଁରେ ଜଳି ପାଉଁଶ ହୋଇଯାଇଥିବା ନରେନ୍ଦ୍ର କହିଛନ୍ତି।

Advertisment
Fire Breakout Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe