Advertisment

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳୁନି ମହାପ୍ରୟାଣ ଗାଡ଼ି,ସା‌ଇକେଲରେ ବୁହାହେଲା ମୃତଦେହ

ବିନିକା ମେଡିକାଲରେ ମୃତଦେହ ନେବାପାଇଁ କୌଣସି ପ୍ରକାର ସୁବିଧା ନାହିଁ ବୋଲି ଶାନ୍ତନୁ କହିଛନ୍ତି।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜିଲ୍ଲାରେ ମୃତକଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି। ଫଳରେ ସାଇକେଲ ବୁହା ହୋଇଛି ମୃତଦେହ। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ।

Advertisment

ମେଘଲା ଗାଁର ରୁକ୍ମିଣୀ ସାହୁ ନାମକ ଜଣେ ଅସହାୟ ବୃଦ୍ଧା ଅତ୍ୟଧିକ ଗରମ ଯୋଗୁ ଗତକାଲି ଅସୁସ୍ଥ ହୋଇପଡ଼ିଥିଲେ। ସେହି ଗାଁର ଶାନ୍ତନୁ ଗୁରୁ ତାଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତିର ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ଗାଁକୁ ନେବାକୁ ମେଡିକାଲ ପକ୍ଷରୁ ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ମେଡିକାଲ କର୍ମଚାରୀଙ୍କୁ ଶାନ୍ତନୁ କହିଥିଲେ। ହେଲେ ତାଙ୍କୁ ମହାପ୍ରୟାଣ ଗାଡ଼ି ମିଳିନଥିଲା। ଶେଷରେ ବାଧ୍ୟ ହୋଇ ଶାନ୍ତନୁ ଅନ୍ୟ ସହଯୋଗୀଙ୍କ ସହୟତାରେ ମୃତଦେହକୁ ସାଇକେଲରେ ବୋହି ଗାଁକୁ ନେଇଥିଲେ। ବିନିକା ମେଡିକାଲରେ ମୃତଦେହ ନେବା ପାଇଁ କୌଣସି ପ୍ରକାର ସୁବିଧା ନାହିଁ ବୋଲି ଶାନ୍ତୁନ କହିଛନ୍ତି।

ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋଷ ବିଭାର କହିଛନ୍ତି, ଗତକାଲି ରାତି ପ୍ରାୟ ୮ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ରୋଗୀଙ୍କ ସାଙ୍ଗରେ ଥିବା ବ୍ୟକ୍ତିଙ୍କୁ ମୃତଦେହ ନେବାକୁ ଆମେ କହିଥିଲୁ। ମୁଁ ଚିହ୍ନି ନାହିଁ କି ଜାଣି ନାହିଁ ମୃତଦେହ କିପରି ନେବି ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ। ଡାକ୍ତରଖାନା ପକ୍ଷରୁ ମୃତଦେହ ନେବାକୁ କିଛି ବ୍ୟବସ୍ଥା କରାଯାଉ ସେ କହିଥିଲେ। ରୋଗୀ ମରିଯିବା ପରେ ମୃତଦେହ ପଠାଇବା ପାଇଁ ଆମ ମେଡିକାଲ ପକ୍ଷରୁ ସେପରି କିଛି ପ୍ରୋଭିଜନ ନାହିଁ। ଆମେ ସେମାନଙ୍କୁ ମୃତଦେହ ସାଇକେଲରେ ନେବା କଥା କହିନଥିଲୁ।

Advertisment
Sonepur Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe