Advertisment

ଫାଇଭ-ଟି ସଚିବଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼

କିଛି ଦିନ ତଳେ ୫-ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିରୋଧ କରିଥିଲା ଯୁବ ବିଜେପି ମୋର୍ଚ୍ଚା।

ଅଦ୍ୟତନ ହୋଇଛି
Egg attack

Egg attack

Advertisment

ସୁବର୍ଣ୍ଣପୁରରେ 5T ସଚିବ ଭିକେ ପାଣ୍ଡିଆନଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼ କରାଯାଇଛି। କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିବା ଜଣାପଡ଼ିଛି। ପ୍ରଥମେ ଆମ୍‌ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ 5T ସଚିବଙ୍କ ଗସ୍ତକୁ ବିରୋଧ କରିଥିଲେ। ପରେ  ତାଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ।

Advertisment

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଆଜି 5T ସଚିବଙ୍କ କାର୍ଯ୍ୟକ୍ରମ ରହିଛି। ଆଜି ସକାଳେ 5T ସଚିବ ଭିକେ ପାଣ୍ଡିଆନ ହେଲିକପ୍ଟରରେ କୋଟ ସମଲେଇଠାରେ ପହଞ୍ଚିଥିଲେ। ପରେ ସେଠାରୁ ଉଲୁଣ୍ଡା ବ୍ଲକରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ଆମ୍‌ ଆଦମୀ ପାର୍ଟିର କର୍ମମର୍ତ୍ତାମାନେ ତାଙ୍କ କାର୍‌କେଡ୍‌କୁ ଉପରକୁ ଅଣ୍ଡାମାଡ଼ କରିଥିଲେ।  

ସୂଚନାଯୋଗ୍ୟ, କିଛି ଦିନ ତଳେ ୫-ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିରୋଧ କରିଥିଲା ଯୁବ ବିଜେପି ମୋର୍ଚ୍ଚା। କଳା ପୋଷାକ ପିନ୍ଧି କଳା ବେଲୁନ ଉଡ଼ାଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ରାହାମା ଓ ପାରାଦୀପରେ ତାଙ୍କୁ ବିରୋଧ କରାଯାଇଥିଲା । ସେହିପରି କୁଜଙ୍ଗରେ କଳା ଶାଢ଼ୀ ପିନ୍ଧି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା। ଯୁବ ମୋର୍ଚ୍ଚା କର୍ମୀମାନେ ପାଣ୍ଡିଆନ ଗୋ ବ୍ୟାକ୍‌ର ନାରା ଦେଇଥିଲେ।  5T ସଚିବ ଭି.କେ. ପାଣ୍ଡିଆ ବିଭିନ ଜିଲ୍ଲା ଗସ୍ତନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। 

Advertisment
BjD Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe