Advertisment

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ହାତୀର ଗର୍ଜନ ଶୁଣି ପରିବାର ଲୋକ ଲାଇଟ ଧରି ଧାଇଁ ଆସିଥିଲେ ଓ ହାତୀକୁ ଘଉଡ଼ାଇ ଥିଲେ।

author-image
Jitendra Garnayak
Old Man

Old Man

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନା ସମାରୁ ସାହୁ। ତାଙ୍କୁ ୬୫ ବର୍ଷ ହୋଇଛି।

Advertisment

ଗତକାଲି ରାତ୍ରି ପ୍ରାୟ ୧୨ ବେଳେ ସମାରୁ ଶୌଚ ହେବା ପାଇଁ ଘର ପଛ ପଟେ ଥିବା ପୋଖରୀ ନିକଟକୁ ଯାଇଥିଲେ। ସେହି ସମୟରେ ପାଖ ଜଙ୍ଗଲରୁ ପୋଖରୀକୁ ପାଣି ପିଇବାକୁ ଆସିଥିବା ଏକ ହାତୀ ସମାରୁଙ୍କୁ ଆକ୍ରମଣ କରିଥିଲା।

ହାତୀର ଗର୍ଜନ ଶୁଣି ପରିବାର ଲୋକ ଲାଇଟ ଧରି ଧାଇଁ ଆସିଥିଲେ ଓ ହାତୀକୁ ଘଉଡ଼ାଇ ଥିଲେ। ଗୁରୁତର ସମାରୁଙ୍କୁ ସେମାନେ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ହାତୀ ମଣିଷ ଲଢ଼େଇ ଜାରି ରହିଛି। କେତେବେଳେ ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ଯାଉଛି ତ କେତେବେଳେ ଶିକାରୀ ତଥା ସାଧାରଣ ଲୋକଙ୍କ ହାତରେ ଯାଉଛି ହାତୀଙ୍କ ଜୀବନ। ସେହିପରି ବିଦ୍ୟୁତ୍ ଆଘାତ ଓ ଟ୍ରେନ୍ ଧକ୍କାରେ ପ୍ରତି ବର୍ଷ ଯାଉଛି ହାତୀଙ୍କ ଜୀବନ। ଗତ ୧୦ ବର୍ଷରେ ହାତୀ ୯୨୫ ଜଣଙ୍କୁ ମାରିଥିବା ବେଳେ ବିଭିନ୍ନ କାରଣରୁ ୭୮୪ ହାତୀଙ୍କ ମୃତ୍ୟୁ ଘଟିଛି। ଗତ ମାସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଏହି ତଥ୍ୟ ଦେଇଥିଲେ।

Elephant Attack