Advertisment

ବାପାଙ୍କୁ ଡାକ୍ତରଖାନା ନେଇଥିଲେ ପୁଅ, ଦୁହେଁ ଶବ ହୋଇ ଫେରିଲେ

ଆଜି ଉଭୟ ବାପପୁଅଙ୍କ ଜୁଇ ତରଭା ଏନ୍‌ଏସି ଶ୍ମଶାନରେ ଜଳିଥିଲା।

author-image
Jitendra Garnayak
Dead Father and Son

Dead Father and Son

ବାପା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ପୁଅ। ହେଲେ ସେଠାରେ ଚାଲିଗଲା ଉଭୟ ବାପପୁଅଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନ୍‌ଏସିରୁ।

Advertisment

ମୃତକ ଦ୍ୱୟ ହେଲେ ଆଦି ସା’ ଓ ତାଙ୍କ ପୁଅ ଆର୍ତତ୍ରାଣ ସା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଆଦିକନ୍ଦ ସା ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ପୁଅ ଆର୍ତତ୍ରାଣ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ଆଦିକନ୍ଦଙ୍କୁ ଆଡମିଟ କରାଯାଇଥିଲା। ଆର୍ତ୍ତତ୍ରାଣ ତାଙ୍କ ସହିତ ମେଡିକାଲରେ ଥିଲେ।

ଆଜି ଭୋରରେ କୌଣସି କାମରେ ଆର୍ତ୍ତତ୍ରାଣ ହସ୍‌ପିଟାଲ ବାହାରକୁ ଆସିଥିଲେ। କାମ ସାରି ସେ ଶିଡ଼ି ଚଢ଼ି ବାପାଙ୍କ ପାଖକୁ ଫେରୁଥିବା ବେଳେ ହଠାତ ଅଚେତ ହୋଇ ପଡ଼ି ଯାଇଥିଲେ। କିଛି ଲୋକ ତାଙ୍କୁ ଡାକ୍ତରଙ୍କ ପାଖକୁ ବୋହି ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମେଡିକାଲ ବେଡରେ ଚିକିତ୍ସାଧୀନ ଥିବା ଆଦିକନ୍ଦ ଯେତେବେଳେ ପୁଅର ମୃତ୍ୟୁ ଖବର ପାଇଲେ ତାଙ୍କର ବି ପ୍ରାଣବାୟୁ ଉଡ଼ି ଯାଇଥିଲା।

Advertisment

ଆଜି ଉଭୟ ବାପପୁଅଙ୍କ ଜୁଇ ତରଭା ଏନ୍‌ଏସି ଶ୍ମଶାନରେ ଜଳିଥିଲା। ଏହି ଘଟଣା ଯୋଗୁ ପୂରା ତରଭା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି।

ସୂଚନାଯୋଗ୍ୟ, ବର୍ଷକ ତଳେ ଆଦିକନ୍ଦଙ୍କ ସାନ ପୁଅଙ୍କର ବି ମୃତ୍ୟୁ ଘଟିଥିଲା। ଆଉ ଏବେ ତାଙ୍କର ଓ ତାଙ୍କ ବଡ଼ ପୁଅ ଆର୍ତ୍ତତ୍ରାଣଙ୍କ ମୃତ୍ୟୁ ଯୋଗୁ ତାଙ୍କ ପରିବାର ଲୋକେ ଏକ ପ୍ରକାର ବେସାହାରା ହୋଇଯାଇଛନ୍ତି। 

Sonepur