Advertisment

ପୂର୍ବତନ ସାଂସଦଙ୍କ ପୁଅ ଉପରେ ମାଡ଼ିଗଲା ଟ୍ରେନ୍

ଅବିନାଶଙ୍କ ଘର ବଲାଙ୍ଗିର ଜିଲ୍ଲା ସାଲେଭଟାରେ ହୋଇଥିବା ବେଳେ ସେ ଡୁଙ୍ଗୁରିପାଲିରେ ଏକ ଭଡ଼ା ଘରେ ତାଙ୍କ ସ୍ତ୍ରୀଙ୍କ ସହିତ ରହୁଥିଲେ I

author-image
Tapaswini Nayak
ଅଦ୍ୟତନ ହୋଇଛି
railway station

railway station

ଟ୍ରେନ୍‌ ଧକ୍କାରେ ବଲାଙ୍ଗିରର ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅଙ୍କ ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ଅବିନାଶ ମିଶ୍ର। ତାଙ୍କୁ ୫୦ ବର୍ଷ ହୋଇଥିଲା।

Advertisment

ଆଜି ଭୋରରୁ ଅବିନାଶ ଘରୁ ମର୍ଣ୍ଣିଂ ୱାକ୍‌ରେ ବାହାରିଥିଲେ। ଟ୍ରେନ୍ ଆସୁଥିବାରୁ ଡୁଙ୍ଗୁରିପାଲି ରାମପୁର ରାସ୍ତାର ଡୁଙ୍ଗୁରିପାଲି ରେଲୱେ କ୍ରସିଂ ଫାଟକ ବନ୍ଦ ଥିଲା। ତେବେ ଫାଟକ ବନ୍ଦ ଥିବା ସତ୍ତ୍ୱେ ଅବିନାଶ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ବରପାଲି ପଟରୁ ଆସୁଥିବା ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା I ସେ ଟ୍ରାକ୍ ବାହାରକୁ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁରୀ ଦୁର୍ଗ ଟ୍ରେନ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛିI ଅବିନାଶଙ୍କ ଘର ବଲାଙ୍ଗିର ଜିଲ୍ଲା ସାଲେଭଟାରେ ହୋଇଥିବା ବେଳେ ସେ ଡୁଙ୍ଗୁରିପାଲିରେ ଏକ ଭଡ଼ା ଘରେ ତାଙ୍କ ସ୍ତ୍ରୀଙ୍କ ସହିତ ରହୁଥିଲେ I ଜିଆରପି ଘଟଣାର ତଦନ୍ତ କରୁଛି। 

Advertisment
Accident