Advertisment

ଆମ୍ବୁଲାନ୍ସରେ ରୋଗୀ ନୁହେଁ ଯାଉଥିଲା ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଏକ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଞ୍ଜେଇ । ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେବାକୁ ଅଭିନବ ଉପାୟରେ ଆମ୍ବୁଲାନ୍ସରେ ଗଂଜେଇ ଚାଲାଣ କରାଯାଉଥିଲା ।

author-image
Niharika Rout
Ganja Seized

Ganja Seized

ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଭିତରେ କେହି ଗୁରୁତର ରୋଗୀ ଥିବେ ଭାବି ରାସ୍ତାରେ ଯାଉଥିବା ଲୋକେ ବି ବାଟ ଛାଡ଼ି ଦେଉଥିଲେ। ମାତ୍ର ହଠାତ୍‌ ଆମ୍ବୁଲାନ୍ମକୁ ଅଟକାଇଲା ଅବକାରୀ ବିଭାଗ ଗାଡ଼ି। ଯାଞ୍ଚ ବେଳେ ଆମ୍ବୁଲାନ୍ସ ଭିତରୁ କୌଣସି ରୋଗୀ ନୁହେଁ ବାହାରିଲା ୪ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ । ଏହା ଦେଖି ଅବକାରୀ ବିଭାଗ କର୍ମଚାରୀ ତାଜୁବ । ଏପରି ଘଟଣା ସୋନପୁର ଜିଲ୍ଲାର କୁଞ୍ଜ ଛକରେ ହୋଇଛି।

Advertisment

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଏକ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଞ୍ଜେଇ । ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେବାକୁ ଅଭିନବ ଉପାୟରେ ଆମ୍ବୁଲାନ୍ସରେ ଗଂଜେଇ ଚାଲାଣ କରାଯାଉଥିଲା ।

ଏନେଇ ସୋନପୁର ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହାପରେ ଆମ୍ବୁଲାନ୍ସ କର୍ମଚାରୀ କୁଂଜ ଛକରୁ ଆମ୍ବୁଲାନ୍ସକୁ ପିଛା କରି ବ୍ଲକ ଛକରେ କାବୁ କରିଥିଲେ।

Advertisment

ଗାଡିକୁ ଅଟକାଇଲା ପରେ ଡ୍ରାଇଭର ଫେରାର ମାରିବାକୁ ଚେଷ୍ଟା କରିଥିଲା। ମାତ୍ର କୁ କାବୁ କରି ଗିରଫ କରିଛନ୍ତି ଅବକାରୀ କର୍ମଚାରୀ ।ଏଥିସହ ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ଚାଲାଣ ହେଉଥିବା ଆମ୍ବୁଲାନ୍ସକୁ ଜବତ କରି ତଦନ୍ତ ଆରମ୍ଭ  ହୋଇଥିବା କହିଛନ୍ତି ଅବକାରୀ ଅଧିକ୍ଷକ ।

Raid Ambulance Subarnpur