Advertisment

ନିଜ ବାହାଘରରେ ରକ୍ତଦାନ କଲେ ଯୁବକ

ହାତଗଣ୍ଠି ପଡ଼ିବା ପୂର୍ବରୁ ରକ୍ତଦାନ କଲେ ଯୁବକ। ଆଉ ରକ୍ତଦାନ କରିବାକୁ ଅନ୍ୟମାନଙ୍କୁ ଅନୁରୋଧ କଲେ।

ଅଦ୍ୟତନ ହୋଇଛି
Subarnapur

Subarnapur

Advertisment

ନିଜ ବାହାଘରକୁ ସ୍ମରଣୀୟ କରିବାକୁ ଯୁବକ କଲେ ଭିନ୍ନ ପ୍ରୟାସ। ନିଜ ବାହାଘରରେ ନିଜେ ରକ୍ତଦାନ କଲେ। ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କଲେ। ସେ ହେଉଛନ୍ତି ନବରୁଣ ଦେବଦତ୍ତ ଶତପଥୀ।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ନବାରୁଣ ଦେବଦତ୍ତ ଶତପଥୀ। ଆଜି ତାଙ୍କର ବାହାଘର। ତେଣୁ ସେ ଆୟୋଜନ କରିଥିଲେ ରକ୍ତଦାନ ଶିବିର। ଯେଉଁଠି ସେ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ। ରକ୍ତଦାନ ହେଉଛି ମହତଦାନ। ତେଣୁ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାନ୍ତୁ ବୋଲି ନବରୁଣ ସମସ୍ତଙ୍କୁ ନିବେଦନ କରିଛନ୍ତି।

ନବରୁଣଙ୍କ ବାପା ପୁଅର ଏଭଳି ମହତ କାମ ପାଇଁ ଗର୍ବିତ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମର ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଶଂସା କରିଥିଲେ।

Advertisment

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Odisha Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe