Advertisment

ପାଳ ଗଦାରେ ଥିଲା ମଦ ବୋତଲ, ପିଇଦେଲେ ୫ ଶିଶୁ

ମଦ କ’ଣ ଜାଣି ନାହାନ୍ତି, ହେଲେ ପାଳ ଗଦାରେ ଲୁଚା ଯାଇଥିବା ମଦ ପିଇ ଅଜବ ବ୍ୟବହାର କଲେ ୫ ଶିଶୁ।

Boys

Boys

Advertisment

ମଦ ନିଶା କଲା ମତୁଆଲା। ଏଥର କୌଣସି ଯୁବକ କି ବୟସ୍କ ନୁହନ୍ତି, ମଦ ନିଶାରେ ପଡ଼ି ଯାଇଛନ୍ତି କୋମଳମତି ଶିଶୁ। ମଦ କ’ଣ ଜାଣି ନାହାନ୍ତି, ହେଲେ ପାଳ ଗଦାରେ ଲୁଚା ଯାଇଥିବା ମଦ ପିଇ ଅଜବ ବ୍ୟବହାର କଲେ ୫ ଶିଶୁ। ପରିବାର ଲୋକେ ଏହା ଜାଣିପାରି ତୁରନ୍ତ ସେମାନଙ୍କ ଘରୋଇ ଚିକିତ୍ସା ଆରମ୍ଭ କରିଥିବା ବେଳେ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଛିଟକେଲବନ୍ଧଲି ଗାଁରେ ଘଟିଛି ।

Advertisment

ଛିଟକେଲବନ୍ଧଲି ଗାଁର ଜଣେ ମଦ ବ୍ୟବସାୟୀ ଚୋରା ଦେଶୀ ମଦ ଆଣି ଦୀର୍ଘ ଦିନ ହେଲା ଖୁଲମଖୁଲ୍ଲା ଗାଁରେ ବିକ୍ରି କରୁଥିଲେ। ପୁଲିସ ଓ ଅବକାରୀ ବିଭାଗ ନଜରରୁ ବର୍ତ୍ତିବା ପାଇଁ ଏଇ ମଦ ବେପାରୀ ଦିନବେଳା ଚୋରା ମଦକୁ ଏକ ପାଳଗଦା ଭିତରେ ଲୁଚାଇ ରଖିଥାନ୍ତି। ଏହାପରେ ସେହି ମଦକୁ ପୁଣି ପାଳଗଦାରୁ ଆଣି ବେଧଡକ ଭାବେ ବିକ୍ରି କରିଥାନ୍ତି `

କିନ୍ତୁ ୪ ରୁ ୫ ବର୍ଷର ୫ ଜଣ ଶିଶୁ ପାଳ ଗଦାରେ ମଦ ଲୁଚାଯାଇଥିବା ଦେଖି ଦେଇଥିଲେ। ଏହାପରେ ପରିବାର ଲୋକଙ୍କ ଆଢ଼ୁଆଳରେ ସେମାନେ ତାହାକୁ ପିଇ ଦେଇଥିଲେ । ଫଳରେ ୫ ଜଣ ଶିଶୁଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାକୁ ଲାଗିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି ।

Advertisment

ଗାଁରେ ଚୋରା ମଦ ବିକ୍ରି ବଢ଼ିବାରେ ଲାଗିଥିବା ବେଳେ ଏହାର କୁପ୍ରଭାବ ପିଲାଙ୍କ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି।

Alcoholic Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe