Advertisment

ସ୍ତ୍ରୀ ଘର ଛାଡ଼ି ପଳାଇବାରୁ ବିଷ ପିଇ ଆତ୍ମହତ୍ୟା କଲା ସ୍ୱାମୀ !

ଘଟଣା ସଂପର୍କରେ ଥବୀରଙ୍କ ବଡ଼ ଭାଇ ଅଭିମନ୍ୟୁ ବାଗ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

author-image
Jitendra Garnayak
Police Station

Police Station

ସ୍ତ୍ରୀ ଘର ଛାଡ଼ି ପଳାଇବାରୁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ସାରସମାଲ ମିର୍ଦ୍ଧାପଡ଼ାରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତିଙ୍କ ଥବୀର ବାଗ (୪୨)।

Advertisment

ସୂଚନା ଅନୁଯାୟୀ, ଥବୀର ଓ ତାଙ୍କ ସ୍ତ୍ରୀ ପଦ୍ମିନୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ପରେ ପଦ୍ମିନୀ ଘରଛାଡ଼ି ପଳାଇ ଯାଇଥିଲେ। ପଦ୍ମିନୀଙ୍କ ସଂପର୍କରେ କିଛି ଖୋଜଖବର ନପାଇବାରୁ ମାନସିକ ଭାରସାମ୍ୟ ହରାଇ ଥବୀର ଗତକାଲି ବିଳମ୍ବିତ ରାତିରେ ବିଷ ପିଇ ଦେଇଥିଲେ।

ଘଟଣା ସଂପର୍କରେ ଥବୀରଙ୍କ ବଡ଼ ଭାଇ ଅଭିମନ୍ୟୁ ବାଗ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିମନ୍ୟୁଙ୍କ ଅଭିଯୋଗ ପାଇ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବିନିକାରେ ବ୍ୟବଚ୍ଛେଦ ପରେ ପୁଲିସ୍ ଥବୀରଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ରାମପୁର ଥାନା ଅଧିକାରୀ ଭାନୁଶଙ୍କର ଯାଦବ କହିଛନ୍ତି I

Advertisment
Odisha Police Suicide