Advertisment

ଲଭ୍‌ଷ୍ଟୋରୀ ଶୁଣି ତରଳିଗଲା ଥାନା ଅଧିକାରୀଙ୍କ ମନ, ଥାନା ପରିସରରେ କଲେ ବାହାଘର

ଗତକାଲି ବୀରମାହାରାଜପୁର ଥାନା ପରିସରରେ ନିରାଡମ୍ୱର ଭାବରେ ପ୍ରେମୀ ଯୁଗଳଙ୍କ ବାହାଘର ହୋଇଥିଲା।

author-image
Tapaswini Nayak
Marriage

Marriage

ପ୍ରେମ ମାନେନା ବନ୍ଧ ବାଡ଼। ପ୍ରେମ ମାନେନା ଆୟତ୍ତ କି ଆକଟ। ପରିବାରର ଆକଟ ସତ୍ତ୍ୱେ ଥାନାରେ ହାତକୁ ଦି'ହାତ ହୋଇଛନ୍ତି ପ୍ରେମୀ ଯୁଗଳ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ।

Advertisment

ବୀରମାହାରାଜପୁର ଥାନା ଅନ୍ତର୍ଗତ ଗଉଡଗାଡ ଗାଁର ସୁଶୀଳ କୁମାର ସାହୁ ଏବଂ ମୁର୍ଷୁଣ୍ଢି ଗାଁର ଲିପସା ସାହୁଙ୍କ ମଧ୍ୟରେ ଗତ ୫ବର୍ଷ ହେଲା ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟେ ଉଭୟଙ୍କୁ ବାହା ହେବାପାଇଁ ମନ ସ୍ଥିର କରିଥିଲେ। ହେଲେ ସେମାନଙ୍କ ବାହାଘର ପାଇଁ ଉଭୟ ପରିବାର ରାଜି ନଥିଲେ। ସେପଟେ ଲିପସାର ବାହାଘର ଅନ୍ୟତ୍ର ଚୂଡାନ୍ତ କରି ଦେଇଥିଲେ ତାଙ୍କ ପରିବାର ଲୋକେ। ହେଲେ ଲିପସା ସୁଶୀଳଙ୍କୁ ନିଜର କରିବାକୁ ଚାହୁଁଥିଲେ। ସେ ଅନ୍ୟ କାହାକୁ ବିବାହ କରିବାକୁ ଚାହୁଁନଥିଲେ। ଲିପସାଙ୍କ ବିବାହ ତାରିଖ ପାଖେଇ ଆସୁଥିବାରୁ ଉଭୟ କ’ଣ କରିବେ କ‘ଣ ନାହିଁ ସେଥିପାଇଁ ବ୍ୟସ୍ତ ବ୍ରିବତ ହୋଇପଡ଼ୁଥିଲେ।

ଶେଷରେ ଲିପସା ଓ ସୁଶୀଳ ବୀରମାହାରାଜପୁର ଥାନାକୁ ଚାଲି ଆସିଥିଲେ। ସେଠାରେ ପହଞ୍ଚି ଥାନା ଅଧିକାରୀ ପଦ୍ମାସିନୀ ମେହେରଙ୍କୁ ସବୁକଥା ଜଣାଇଥିଲେ। ଉଭୟ ପ୍ରେମ କାହାଣୀ ଶୁଣି ଥାନା ଅଧିକାରୀଙ୍କ ମନ ତରଳି ଯାଇଥିଲା। ଥାନା ଅଧିକାରୀ ତୁରନ୍ତ ଉଭୟଙ୍କ ପରିବାରବର୍ଗଙ୍କୁ ଥାନାକୁ ଡକାଇ ବୁଝାସୁଝା କରିଥିଲେ। ପରେ ଉଭୟ ପରିବାର ଏହି ବାହାଘରରେ ରାଜି ହୋଇଥିଲେ।

Advertisment

ଗତକାଲି ବୀରମାହାରାଜପୁର ଥାନା ପରିସରରେ ନିରାଡମ୍ୱର ଭାବରେ ପ୍ରେମୀ ଯୁଗଳଙ୍କ ବାହାଘର ହୋଇଥିଲା। ଲିପସ୍‌ ଓ ସୁଶୀଳଙ୍କ ବିବାହ ପାଇଁ  ବେଦୀ ବନ୍ଧା ଯାଇଥିଲା ନଥିଲା କି ହୋମ ନିଆଁ ଜଳି ନଥିଲା। ଥାନା ଭିତରେ ଥିବା ଠାକୁରଙ୍କ ଫଟୋକୁ ମୁଣ୍ଡିଆ ମାରି ଦୁହେଁ ଦୁହିଁଙ୍କୁ ବରମାଳା ପିନ୍ଧାଇଥିଲେ। ସୁଶୀଳ ଲିପସ୍‌ଙ୍କା ମୁଣ୍ଡରେ ସିନ୍ଦୁର ଦେଇ ସାତ ଜନମର ସାଥୀ କରିଥିଲେ। ଏହି ବିବାହରେ ବିରମହାରାଜପୁର ଥାନା ଅଧିକାରୀ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

Marriage Subhanpura