Advertisment

ବିଲକୁ ଯାଇଥିଲେ ମାଆ ଓ ପୁଅ; ଆକ୍ରମଣ କଲା ବାର୍‌ହା

ଆଜି ସକାଳେ ବିନିକା ଥାନା ପାପୀ ଗାଁର ରେଖା ବାଗ ଓ ତାଙ୍କ ପୁଅ ବଳଦେବ ବାଗ ନିଜ ବିଲ ପାଖରେ ଥିବା ଅନାବନା ଗଛ କାଟିବା ପାଇଁ ଯାଇଥିଲେ। ଅନାବନା ଗଛ କାଟୁଥିବା ବେଳେ ସେଥିରେ ଲୁଚି ରହିଥିବା ଏକ ବାର୍‌ହା ରେଖାଙ୍କୁ ଆକ୍ରମଣ କରିଥିଲା।

Binika

Binika

Advertisment

ବିଲକୁ ଯାଇଥିଲେ ମାଆ ଓ ପୁଅ। ଆକ୍ରମଣ କଲା ବାର୍‌ହା। ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଛି। ଆଜି ସକାଳେ ଏମିତି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି।

Advertisment

ଆଜି ସକାଳେ ବିନିକା ଥାନା ପାପୀ ଗାଁର ରେଖା ବାଗ ଓ ତାଙ୍କ ପୁଅ ବଳଦେବ ବାଗ ନିଜ ବିଲ ପାଖରେ ଥିବା ଅନାବନା ଗଛ କାଟିବା ପାଇଁ ଯାଇଥିଲେ। ଅନାବନା ଗଛ କାଟୁଥିବା ବେଳେ ସେଥିରେ ଲୁଚି ରହିଥିବା ଏକ ବାର୍‌ହା ରେଖାଙ୍କୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ମାଆଙ୍କୁ ଉଦ୍ଧାର କରିବା ପାଇଁ ଆସିଥିଲେ ପୁଅ ବଳଦେବ। ବାର୍‌ହାଟି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ତେବେ ଆଖପାଖ ଅଞ୍ଚଳର ଚାଷୀମାନେ ସେଠାକୁ ପଳାଇ ଆସିବାରୁ ବାର୍‌ହାଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲା।

ସ୍ଥାନୀୟ ଚାଷୀମାନେ ମାଆ ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ରେଖାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବଳଦେବ ଗୁରୁତର ଆହତ ହୋଇ ଏବେ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Advertisment

ରିପୋର୍ଟ-ବିନିକାରୁ ଦିଲ୍ଲୀପ ସାହୁ

Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe