Advertisment

ଧାନ ବିକ୍ରି ଟଙ୍କାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ; ଜଣେ ମୃତ, ୪ଆହତ

ମହୁଲେ ଗାଁର ବାଳକୃଷ୍ଣ ମେହେର ଓ ତାଙ୍କ ଭାଇ ରାମଚନ୍ଦ୍ର ମେହେର ମଣ୍ଡିରେ ଧାନ ବିକ୍ରୀ କରିଥିଲେ। ହେଲେ ଧାନବିକ୍ରୀ ଟଙ୍କା ବାଳକୃଷ୍ଣ ମେହେରଙ୍କ ଜମାଖାତାକୁ ଆସିଥିଲା।

author-image
Tapaswini Nayak
Group Clash

Group Clash

ଧାନ ବିକ୍ରି ଟଙ୍କାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମହୁଲେ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ସୁବଳ ମେହେର। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ରାମଚନ୍ଦ୍ର ମେହେର, ଲଳିତା ମେହେର, ପ୍ରଦୀପ ମେହେର ଓ ତାଙ୍କର ବର୍ଷକର ଝିଅ ଆବାହନା ମେହେର।

Advertisment

ମହୁଲେ ଗାଁର ବାଳକୃଷ୍ଣ ମେହେର ଓ ତାଙ୍କ ଭାଇ ରାମଚନ୍ଦ୍ର ମେହେର ମଣ୍ଡିରେ ଧାନ ବିକ୍ରି କରିଥିଲେ। ହେଲେ ଧାନବିକ୍ରି ଟଙ୍କା ବାଳକୃଷ୍ଣ ମେହେରଙ୍କ ଜମାଖାତାକୁ ଆସିଥିଲା। ପରେ ଉକ୍ତ ଟଙ୍କାକୁ ଭାଗ ବଣ୍ଟାକୁ ନେଇ ବାଳକୃଷ୍ଣ ଓ ରାମଚନ୍ଦ୍ର ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ବାଳକୃଷ୍ଣ ଓ ରାମଚନ୍ଦ୍ରଙ୍କ ପରିବାରଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା।

ବାଳକୃଷ୍ଣଙ୍କ ପରିବାରର ଆକ୍ରମଣରେ ରାମଚନ୍ଦ୍ରଙ୍କ ସହ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ପରେ ବୁର୍ଲାକୁ ସ୍ଥାନାନ୍ତରଣ କରାଯାଇଥିଲା। ସେଠାରେ ଚିକିତ୍ସଧୀନ ଅବସ୍ଥାରେ ରାମଚନ୍ଦ୍ରଙ୍କ ପୁଅ ସୁବଳଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଗୁରୁତରମାନେ ଏବେବି ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ମନମୁଣ୍ଡା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Group Clash Subarnpur