Advertisment

ଛାତ୍ରଙ୍କ ଉପରେ ମାଡ଼ିଗଲା କାର୍; ଜଣେ ମୃତ, ୩ ଆହତ

ସ୍କୁଲ ପିଲାଙ୍କ ଉପରେ ମାଡ଼ିଗଲା କାର୍‌। ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ୩ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ସ୍କୁଲ ପିଲାଙ୍କ ଉପରେ ମାଡ଼ିଗଲା କାର୍‌। ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ୩ ଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଧନୁପାଲି ଛକ ନିକଟରେ ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି।

Advertisment

ମୃତ ଛାତ୍ର ଜଣଙ୍କ ହେଲେ ସୁବ୍ରତ ଭୋଇ। ରାଜାରାମ ପେରା ,ରାଜେଶ ପେରା ଓ ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜାରାମ ଓ ରାଜେଶଙ୍କ ଅବସ୍ଥା ଗୁରୁତର ରହିଛି। ମୃତାହତ ଛାତ୍ର ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ।

ଆଜି ସାଢ଼େ ୯ଟା ସମୟରେ ପରୀକ୍ଷା ଶେଷ ହେବା ପରେ କିଛି ଛାତ୍ର ସ୍କୁଲ ଗେଟ୍‌ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଅର୍ଜୁନପୁର ଆଡ଼ୁ ଆସୁଥିବା ଏକ କାର୍‌ ଦ୍ରୁତ ଗତିରେ ଆସି ସ୍କୁଲ ଗେଟ୍‌କୁ ଧକ୍କା ଦେଇଥିଲା। ପରେ ପିଲାମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ସୁବ୍ରତଙ୍କର ମୃତ୍ୟୁ ଘଟିଥିଲା ବେଳେ ରାଜାରାମ ଓ ରାଜେଶଙ୍କୁ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଡ୍ରାଇଭରକୁ ଅଟକ ରଖିଛିନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି।

Advertisment
Road Accident Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe