Advertisment

୪ ଛାତ୍ରଙ୍କ ଉପରେ ମାଡ଼ିଗଲା କାର, ୩ ମୃତ

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସୁବର୍ଣ୍ଣପୁର-ବିନିକା ରାସ୍ତା ଶରଧାପାଲି ଛକରେ ଥିବା ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
The car ran over

The car ran over

ସ୍କୁଲ ସାମ୍ନାରେ ୪ ଛାତ୍ରଙ୍କ ଉପରେ ମାଡ଼ିଗଲା କାର୍। ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସୁବର୍ଣ୍ଣପୁର-ବିନିକା ରାସ୍ତା ଶରଧାପାଲି ଛକରେ ଥିବା ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଏହି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ସୁବ୍ରତ ଭୋଇ, ରାଜା ପେରା ଓ ରାଜେସ ପେରା।

Advertisment

ଦୁର୍ଘଟଣା ଜଣେ ଛାତ୍ରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସୋନପୁର ମେଡିକାଲାରେ ପହଞ୍ଚିବା ପରେ ପ୍ରାଣ ହରାଇଥିଲେ। ସେହିପରି ଅନ୍ୟଜଣଙ୍କୁ ସୋନପୁର ମେଡିକାଲରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର ବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆହତ ଅନ୍ୟଜଣେ ଛାତ୍ରଙ୍କ ପ୍ରାଥମିକ ଚିକିତ୍ସା ସୁବର୍ଣ୍ଣପୁର ମେଡିକାଲରେ କରାଯିବା ପରେ ଛାଡ଼ି ଦିଆଯାଇଛି।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସନ୍ତାନ ହରାଇଥିବା ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କାନ୍ଦକଟାରେ ଅଞ୍ଚଳ ଫାଟି ପଡ଼ୁଛି। ଲୋକେ କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାସ୍ତା ଅବରୋଧ କରିଥିବାରୁ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ଉତ୍ତେଜିତ ଲୋକେ କାର୍‌କୁ ବାଡ଼େଇ ଭାଙ୍ଗି ଦେଇଥିବା ବେଳେ ଡ୍ରାଇଭରକୁ ଅଟକ ରଖିଥିଲେ। ଖବର ପାଇ ପୁଲିସ ପହଞ୍ଚିବା ପରେ ଡ୍ରାଇଭରକୁ ଥାନାକୁ ନେଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Advertisment
Accident Road Accident