Advertisment

ମାଟ୍ରିକ୍‌ରେ ଏ-୧ ପାଇଥିବା ଛାତ୍ରୀଙ୍କୁ ଡାକି ସ୍କୁଲରେ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନଶିକ୍ଷୟିତ୍ରୀ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଂଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Student inaugurated School Project

Student inaugurated School Project

Advertisment

ମାଟ୍ରିକ୍ ପରୀକ୍ଷାରେ ଏ-୧ ପାଇ ସ୍କୁଲର ନାଁ ରଖିଥିବାରୁ ଛାତ୍ରୀଙ୍କ ହାତରେ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନଶିକ୍ଷୟିତ୍ରୀ। ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଂଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଛାତ୍ରୀ ଜଣକ ହେଉଛନ୍ତି ଏହି ସ୍କୁଲର ବିଶ୍ୱରୂପା ସାହୁ। 

Advertisment

ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଅଂଚଳ ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସେ ମୋଟ ୯୨.୫ ପ୍ରତିଶତ ମାର୍କ ରଖି ବୀରମହାରାଜପୁର ବ୍ଲକର ଟପ୍ପର ହୋଇଛନ୍ତି। କେବଳ ସେତିକି ନୁହେଁ ପୂର୍ବରୁ ବହୁବାର ବିଶ୍ୱରୂପା ଜିଲ୍ଲା ତଥା ରାଜ୍ୟସତରୀୟ ବକ୍ତୃତା ଓ କୁଇଜ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ହୋଇ ଗୌରବ ଆଣି ସାରିଛନ୍ତି। ୧୯୮୪ ମସିହାରେ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଆଜି ଯାଏ ବିଦ୍ୟାଳୟର କୌଣସି ଛାତ୍ରୀ ଏତେ ଅଧିକ ପ୍ରତିଶତ ନମ୍ବର ରଖିନଥିଲେ। ତେଣୁ ଆଜି ବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବେ ବିଶ୍ୱରୂପାକୁ ବିଦ୍ୟାଳୟକୁ ଡକାଯାଇ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କୁ ମିଠା ଖୁଆଇ ଦେଇଥିଲେ ପ୍ରଧାନ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀ।

ପରେ ମୋ ସ୍କୁଲ ଅଭିଯାନରେ ମିଳିଥିଲା ଅର୍ଥରାଶିରେ ସ୍କୁଲରେ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିବା ଜଳଫୁଆରକୁ ସେ ଉଦ୍‌ଘାଟନ କରିଥିଲେ। ଗତକାଲି ଏହି ଜଳଫୁଆର ନିର୍ମାଣ କାମ ଶେଷ ହୋଇଥିଲା। ଏଭଳି ସମ୍ବର୍ଦ୍ଧନା ଦିଆଯିବା ତାଙ୍କୁ ଆହୁରି ଖୁସି ଦେଇଛି। ତାଙ୍କ ଖୁସି ଦେଖି ସ୍କୁଲର ପ୍ରଧାନଶିକ୍ଷକୟିତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀମାନେ ମଧ୍ୟ ଖୁସ୍। ଛାତ୍ରୀଙ୍କୁ ମିଳିଥିବା ସଫଳତା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ନିଆର ପଦକ୍ଷେପ ଅନ୍ୟମାନଙ୍କ ନିମନ୍ତେ ପ୍ରେରଣା ହୋଇଛି। 

Advertisment

ପ୍ରାୟତଃ ନୂତନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟ କୌଣସି ନେତା, ମନ୍ତ୍ରୀ କିମ୍ବା ଅଧିକାରୀଙ୍କ ହାତରେ କରାଯାଇଥାଏ। ହେଲେ ଏଠି ଦେଖିବାକୁ ମିଳିଥିଲା ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ। ପ୍ରକଳ୍ପ ଉଦଘାଟନର ଅତିଥି ଥିଲେ ବିଦ୍ୟାଳୟର ଜଣେ ଛାତ୍ରୀ। ଜଳଫୁଆର ଚାଲୁ କରିବା ନିମନ୍ତେ ରହିଥିବା ସୁଇଜ ବୋର୍ଡକୁ ଚିପି ସେ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ପାଖରେ ସ୍କୁଲର ସମସ୍ତ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ।

ବିଶ୍ୱରୂପା ସାହୁ କହିଛନ୍ତି, ସମସ୍ତଙ୍କ ଶୁଭେଚ୍ଛା ଯୋଗୁ ସେ ମାଟ୍ରିକ୍‌ରେ ଭଲ ମାର୍କ ରଖି ପାରିଛନ୍ତି। ଆଗକୁ ଆଇଏଏସ୍ ହେବେ ଓ ସ୍କୁଲର ଉନ୍ନତିକରଣ କାମ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।

ପ୍ରଧାନଶିକ୍ଷୟିତ୍ରୀ ଅନିତାରାଣୀ ହୋତା କହିଛନ୍ତି, ବିଶ୍ୱରୂପାଙ୍କ ଉଦ୍ୟମ ଯୋଗୁ ସବୁଠି ସ୍କୁଲର ପ୍ରଶଂସା ହେଉଛି। ତେଣୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଏଭଳି ନିଆରା ଉଦ୍ୟମ କରାଯାଇଛି। ଏଥିନିମନ୍ତେ ସମସ୍ତେ ଖୁସି।

ରିପୋର୍ଟ-ସୋନପୁର ରବୀନ୍ଦ୍ର ହୋତା

Matric Result School Students Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe