Advertisment

ଖେଳିବା ବେଳେ କୂଅରେ ପଡ଼ି ଯାଇଥିଲେ ଦୁଇ ଭଉଣୀ, ଦେଖିଲା ବେଳକୁ କଥା ଶେଷ

ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଏହି ଦୁଃଖଦ ଘଟଣା ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Biramaharajpur Hospital

Biramaharajpur Hospital

ଖେଳୁ ଖେଳୁ କୂଅରେ ପଡ଼ି ଯାଇଥିଲେ ଦୁଇ ଭଉଣୀ। ଏକଥା ପରିବାର ଲୋକେ ଜାଣି ପାରିଲେ ନାହିଁ। ଜାଣିବା ବେଳକୁ ସବୁ କଥା ସରିଥିଲା। କୂଅରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇ ସାରିଥିଲା। ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଦୁଇ ଭଉଣୀ ହେଲେ ୨ ବର୍ଷୀୟ ଦିଶା ମିଶ୍ର ଏବଂ ବର୍ଷକର ସିଦ୍ଧିଶ୍ରୀ ଶତପଥୀ।

Advertisment

ସୂଚନା ମୁତାବକ, ଆଜି ସନ୍ଧ୍ୟା ସମୟରେ ବୀରମହାରାଜପୁର ମୁଖ୍ୟଛକରେ ଆଲୋକ ମିଶ୍ରଙ୍କ ଘର। ତାଙ୍କର ଏକମାତ୍ର ୨ ବର୍ଷୀୟ ଝିଅ ଦିଶା ଏବଂ ତାଙ୍କ ଭଉଣୀ ଅଳକା ମିଶ୍ରଙ୍କ ଏକମାତ୍ର ଏକ ବର୍ଷୀୟ ଝିଅ ସିଦ୍ଧିଶ୍ରୀ ଖେଳୁଥିବା ସମୟରେ ଘର ପଛପଟେ ଥିବା କୂଅରେ ପଡିଯାଇଥିଲେ। ପରିବାର ଲୋକ ଏ ସମ୍ପର୍କରେ ଜାଣିପାରିନଥିଲେ।

ତେବେ ପରେ ଦୁଇ ଶିଶୁ କନ୍ୟାଙ୍କୁ ଦେଖିବାକୁ ନପାଇ ପରିବାର ଲୋକ ଖୋଜାଖୋଜି କରିଥିଲେ। ଏହି ସମୟରେ ଦୁଇ ଶିଶୁ କୂଅରେ ପଡିଯାଇଥିବା ଦେଖିଥିଲେ। ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଦମକଳ ବାହିନୀକୁ ଖବର ଦେଇଥିଲେ। ସେତେବେଳକୁ ପରିବାରରେ କନ୍ଦାକଟା ଆରମ୍ଭ ହୋଇଯାଇଥିଲା।

Advertisment

ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଉଭୟ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଉଭୟ ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏଭଳି ଏକ ଦୁଃଖଦ ଘଟଣା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Child Death