Advertisment

ଉପରେ ପଡ଼ିଲା ଡାଳ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୩

ଆଜି ସକାଳେ ଠିକା ସଂସ୍ଥା କୌଣସି ବ୍ୟାରିକେଡ୍‌ ନକରି ମେସିନରେ ଗଛ କାଟୁଥିଲା। ଠିକ୍‌ ସେହି ସମୟରେ ରାମପୁର ପାର୍ଶ୍ୱରୁ ବାଇକରେ ନୂଆପାଲି ଗାଁର ସ୍ୱାମୀ ନୃପରାଜ ଦଣ୍ଡସେନା, ତାଙ୍କ ପତ୍ନୀ ଓ ୫ ବର୍ଷର ପୁଅ ଆସୁଥିବା ବେଳେ ଗଛର ଡ଼ାଳ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା।

Accident

Accident

Advertisment

ଠିକା ସଂସ୍ଥାର ବେପରୁଆ କାର୍ଯ୍ୟ ପାଇଁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲା ଗୋଟିଏ ପରିବାର ୩ ଜଣଙ୍କ ଜୀବନ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ରାସ୍ତା ପ୍ରଶସ୍ତି ନାଁରେ ଠିକା ସଂସ୍ଥାର ଏପରି ବେପରୁଆ କାମକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ବିନିକା-ରାମପୁର ମୁଖ୍ୟରାସ୍ତା ପ୍ରଶସ୍ତିକରଣ କାମ ଚାଲିଛି। ଆଜି ସକାଳେ ଠିକା ସଂସ୍ଥା ଭବାନୀପାଲି ଛକ ନିକଟରେ କୌଣସି ବ୍ୟାରିକେଡ୍‌ ନକରି ମେସିନରେ ଗଛ କାଟୁଥିଲା। ଠିକ୍‌ ସେହି ସମୟରେ ରାମପୁର ପାର୍ଶ୍ୱରୁ ବାଇକରେ ନୂଆପାଲି ଗାଁର ସ୍ୱାମୀ ନୃପରାଜ ଦଣ୍ଡସେନା, ତାଙ୍କ ପତ୍ନୀ ଓ ୫ ବର୍ଷର ପୁଅ ଆସୁଥିବା ବେଳେ ଗଛର ଡ଼ାଳ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଡାଳ ତଳେ ଚାପି ହୋଇଯାଇଥିଲେ ୩ ଜଣ। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। କିନ୍ତୁ ନୃପରାଜଙ୍କ ବାଇକ୍‌ଟି ଚୁରମାର ହୋଇଯାଇଛି।

ବିନା ସୁରକ୍ଷା ବ୍ୟବସ୍ଥାରେ ଠିକା ସଂସ୍ଥା ଗଛ କାଟିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ ଯୁକ୍ତି, ରାସ୍ତା ପ୍ରଶସ୍ତି କରଣ କରିବା ପାଇଁ ଯଦି ଗଛ କାଟିବାକୁ ପଡୁଛି, ତାହାହେଲେ ବ୍ୟାରିକେଡ୍‌ କରିବାର ଆବଶ୍ୟକତା ଥିଲା। ହେଲେ ଠିକା ସଂସ୍ଥା ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା। ଯେଉଁଥିପାଇଁ ନୃପରାଜ ଦଣ୍ଡସେନାଙ୍କ ପରିବାର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି।

Advertisment
Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe