Advertisment

ଭୋଜି ଖାଇ ଫେରୁଥିଲେ ଦୁଇ ଭାଇ, ପିଟିଦେଲା ବାଇକ୍‌

ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଶଗଡା ମନୁପାଲି ରାସ୍ତାର କୁଆଘରା ନିକଟରେ ସମ୍ମୁଖରୁ ଆସୁଥିବା ଏକ ବାଇକ୍‌ ଧକ୍କା ଦେଇଥିଲା। ଫଳରେ ଦୁଇ ବାଇକ୍‌ରେ ଥିବା ୩ ଜଣ ଗୁରୁତର ଆହତ ହୋଇଥିଲେ।

Accident

Accident

Advertisment

ବାହାଘର ଭୋଜି ଖାଇ ଘରକୁ ଫେରୁଥିଲେ। ହେଲେ ଅଧା ରାସ୍ତାରେ ସମ୍ମୁଖରୁ ଆସୁଥିବା ଏକ ବାଇକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଘଟିଛି।

Advertisment

ମନମୁଣ୍ଡା ଥାନା ରୁଗୁଡିଗୋରା ଗାଁ ସୋଲଜର ସାହାଣୀ ଓ ନୂତନ ସାହାଣୀ ହେଉଛନ୍ତି ଦୁଇ ସମ୍ପର୍କୀୟ ଭାଇ। ଆଜି ଅପରାହ୍ନରେ ସେମାନେ ବାହାଘର ଭୋଜି ଖାଇବାକୁ ବାଇକ୍‌ରେ ଯାଇଥିଲେ। ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଶଗଡା ମନୁପାଲି ରାସ୍ତାର କୁଆଘରା ନିକଟରେ ସମ୍ମୁଖରୁ ଆସୁଥିବା ଏକ ବାଇକ୍‌ ଧକ୍କା ଦେଇଥିଲା। ଫଳରେ ଦୁଇ ବାଇକ୍‌ରେ ଥିବା ୩ ଜଣ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇ ସମ୍ପର୍କୀୟ ଭାଇ ସୋଲଜର ସାହାଣୀ ଓ ନୂତନ ସାହାଣୀଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅନ୍ୟ ବାଇକ୍‌ରେ ଯାଉଥିବା ଯୁବକ ଜଣକ ଗୁରୁତର ଆହତ ହୋଇ ସେଠାରେ ଚିକିତ୍ସିତ ହେଉଛନ୍ତି।

Advertisment

ରିପୋର୍ଟ-ସୋନପୁରରୁ ରବୀନ୍ଦ୍ର ହୋତା

Accident Road Accident Accidental Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe