Advertisment

ଟ୍ରକ୍‌କୁ ଧକ୍କା ଦେଲା ପିସିଆର ଭ୍ୟାନ, ମହିଳା ଏସ୍‌ଆଇ ସହ ୪ ଆହତ

ASI ମାମିଲତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ପାଟ୍ରୋଲିଂ ବେଳେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ପିସିଆର ଭ୍ୟାନ। ବୌଦ୍ଧ ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

Advertisment

ଦୁର୍ଘଟଣାରେ ମନମୁଣ୍ଡା ଥାନା ASI ମାମିଲତା ସାମଲ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୪ ଜଣ ପୁଲିସ କର୍ମରୀ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ASI ମାମିଲତାଙ୍କ ସହ ଅନ୍ୟ ୪ ଜଣ ପୁଲିସ କର୍ମଚାରୀ ପିସିଆର ଭ୍ୟାନରେ ପାଟ୍ରୋଲିଂ କରୁଥିଲେ। ମନମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍‌ ଠିଆ ହୋଇଥିଲା। ପିସିଆର ଭ୍ୟାନ୍‌ଟି ଏହି ଟ୍ରକ୍ କୁ  ଧକ୍କା ଦେଇଥିଲା। ଦୁର୍ଘଟଣାରେ ASI ମାମିଲତା ସାମଲ ସହ ୪ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ASI ମାମିଲତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଗାଡ଼ି ଜବତ କରି ଘଟଣା ତଦନ୍ତ କରୁଛି।

Advertisment
Road Accident Sonepur