Advertisment

ସମସ୍ତଙ୍କ ଆଗରେ ବିଷ ପିଇଦେଲେ ମହିଳା

ସମସ୍ତଙ୍କ ଆଗରେ ବିଷ ପିଇଦେଲେ। ଆଜି ଏପରି ଚିତ୍ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରୁ ଆସିଛି। ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

author-image
Manoranjan Sial
Boudh

Boudh

ଆଖି ଆଗରେ ମାଟିରେ ମିଶି ଯାଉଛି ଘର। ଯେତେ ନେହୁରା ଓ କାକୁତି ମିନତି ହେଲେ ମଧ୍ୟ କେହି ଶୁଣିଲେ ନାହିଁ। ଧୌର୍ଯ୍ୟ ସମ୍ଭାଳି ପାରିଲେ ନାହିଁ। ଶେଷରେ ଚରମ ନିଷ୍ପତ୍ତି ନେଲେ ମହିଳା। ସମସ୍ତଙ୍କ ଆଗରେ ବିଷ ପିଇଦେଲେ। ଆଜି ଏପରି ଚିତ୍ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରୁ ଆସିଛି। ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବାଉଁଶୁଣୀ ଛକରେ ଜବର ଦଖଲ ଉଚ୍ଛେଦ କରାଯାଉଛି। ନିର୍ଦ୍ଧାରିତ ସମୟରେ ଜେସିବି ମେଶିନ୍‌ ସହ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଥିଲେ। ଆଉ ଘର ଭାଙ୍ଗିବା ଆରମ୍ଭ କରିଥିଲେ। ସେହି ଅଞ୍ଚଳରେ ନିଜ ପରିବାର ସହ ରହୁଥିବା ଜାନକୀ ତ୍ରିପାଠୀ ପ୍ରତିବାଦ କରିଥିଲେ। ଘର ନଭାଙ୍ଗିବା ପାଇଁ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ମାତ୍ର ସେମାନେ ଶୁଣିନଥିଲେ।

ଶେଷରେ ଚରମ ନିଷ୍ପତ୍ତି ନେଲେ ଜାନକୀ। ଘର ଭଙ୍ଗାଯାଉଥିବା ବେଳେ ସମସ୍ତଙ୍କ ଆଗରେ ଜାନକୀ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଉଁଶୁଣୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ରିପୋର୍ଟ-ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Crime Subarnpur