Advertisment

ଓଡ଼ିଶା ସହ ଥିଲା ଲତାଙ୍କ ଲିଙ୍କ

ମୁମ୍ବାଇ: ଚାଲିଗଲେ ସମସ୍ତଙ୍କ ପ୍ରିୟ ଲତା ଦିଦି। ତାଙ୍କୁ ଆଜି ଝୁରୁଛି ପୂରା ଦେଶ। ଓଡ଼ିଶା ବି ଏଥିରୁ ବାଦ୍‌ ପଡିନି। ଓଡ଼ିଶା ସହ ବି ଥିଲା ଲତା ମଙ୍ଗେଶକରଙ୍କ ସମ୍ପର୍କ।  ଓଡ଼ିଶାର ସଂଗୀତପ୍ରେମୀ ତାଙ୍କ ଓଡ଼ିଆ ସିନେ-ଗୀତ ପ୍ରତି ଥିବା ଅବଦାନ ଲାଗି ମନେପକାଇଛନ୍ତି। ଲତା ମଙ୍ଗେସକର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଭାଷାରେ ୫୦ ହଜାରରୁ ବି ଅଧିକ ଗୀତ ଗାଇଛନ୍ତି। ସେଥିରୁ ଓଡ଼ିଆ ଗୀତ ଅନ୍ୟତମ। ସ୍ୱର ସାମ୍ରାଜ୍ଞୀ ୨ଟି ଓଡ଼ିଆ ଫିଲ୍ମରେ ଗୀତ […]

ଅଦ୍ୟତନ ହୋଇଛି
ଓଡ଼ିଶା ସହ ଥିଲା ଲତାଙ୍କ ଲିଙ୍କ

lata-1

Advertisment

ମୁମ୍ବାଇ: ଚାଲିଗଲେ ସମସ୍ତଙ୍କ ପ୍ରିୟ ଲତା ଦିଦି। ତାଙ୍କୁ ଆଜି ଝୁରୁଛି ପୂରା ଦେଶ। ଓଡ଼ିଶା ବି ଏଥିରୁ ବାଦ୍‌ ପଡିନି। ଓଡ଼ିଶା ସହ ବି ଥିଲା ଲତା ମଙ୍ଗେଶକରଙ୍କ ସମ୍ପର୍କ।  ଓଡ଼ିଶାର ସଂଗୀତପ୍ରେମୀ ତାଙ୍କ ଓଡ଼ିଆ ସିନେ-ଗୀତ ପ୍ରତି ଥିବା ଅବଦାନ ଲାଗି ମନେପକାଇଛନ୍ତି।

Advertisment

ଲତା ମଙ୍ଗେସକର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଭାଷାରେ ୫୦ ହଜାରରୁ ବି ଅଧିକ ଗୀତ ଗାଇଛନ୍ତି। ସେଥିରୁ ଓଡ଼ିଆ ଗୀତ ଅନ୍ୟତମ। ସ୍ୱର ସାମ୍ରାଜ୍ଞୀ ୨ଟି ଓଡ଼ିଆ ଫିଲ୍ମରେ ଗୀତ ଗାଇଛନ୍ତି। ଓଡ଼ିଆ ଫିଲ୍ମ ‘ସୂର୍ଯ୍ୟମୁଖୀ’(୧୯୬୩)ର ‘ସେଇ ଚୁନାଚୁନା ତାରା ଫୁଲ ଆଜି…’ ଓ ‘ଅରୁନ୍ଧତୀ’(୧୯୬୮)ର  ‘ଆଜି ମୁଁ ଶ୍ରାବଣୀ…’ ଗୀତରେ ରହିଛି ଲତାଙ୍କ ଭଏସ। ସେ ଏଥିରେ କଣ୍ଠଦାନ କରିଛନ୍ତି।

ଏହି ଉଭୟ ଗୀତର ସଙ୍ଗୀତକାର ଥିଲେ ଶାନ୍ତନୁ ମହାପାତ୍ର। ଏହି ଦୁଇଟି ଗୀତ ଲାଗି ଓଡ଼ିଆ ସଙ୍ଗୀତ ଜଗତ ଓ ଚଳଚ୍ଚିତ୍ର ଜଗତ ମହାନ ଗାୟିକା ଲତାଙ୍କ ସହ ଯୋଡ଼ି ହୋଇ ରହିଛି। ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଏହି ଦୁଇଟି ଗୀତର ସ୍ୱର ସଂଯୋଜନା କରିବା ବେଳେ ହିଁ ସ୍ଥିର କରିଥିଲେ ଯେ, ଏଥିରେ ଲତାଜୀଙ୍କୁ ହିଁ ପ୍ଲେ ବ୍ୟାକ୍‌ ସିଙ୍ଗର ଭାବେ ଗାୟନ କରାଇବେ।

Advertisment

ଏଥିପାଇଁ ସେ ପ୍ରଥମେ ପ୍ରଯୋଜକଙ୍କୁ କହିଥିଲେ। ପ୍ରଯୋଜକ ମଧ୍ୟ ରାଜି ହୋଇଯାଇଥିଲେ। ତା’ ପରେ ବମ୍ବେରେ ସଙ୍ଗୀତକାର ଶାନ୍ତନୁ ମହାପାତ୍ର ଲତାଜୀଙ୍କ ପାଖକୁ ଯାଇ ଗୀତର ସ୍ୱର ଶୁଣାଇଥିଲେ। ଗୀତର ସ୍ୱର ଶୁଣିଲା ପରେ ଲତାଜୀ ଉତ୍ସାହିତ ହୋଇଥିଲେ ଏବଂ ସେଥିରେ କଣ୍ଠଦାନ କରିବାକୁ ମଧ୍ୟ ରାଜି ହୋଇଯାଇଥିଲେ।

ଆଜି ଏହି ଗୀତ ପାଇଁ ପୂରା ଓଡ଼ିଆ ସିନେ ଜଗତ ଲତାଜୀଙ୍କୁ ଝୁରୁଛି। ତେବେ ଏହି ଦୁଇଟି ଗୀତ ପରେ ମଧ୍ୟ ଅନେକ ଓଡ଼ିଆ ଫିଲ୍ମରେ ଲତା ଦିଦିଙ୍କୁ କଣ୍ଠଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା କିନ୍ତୁ କୌଣସି କାରଣବସତଃ ତାହା ସଫଳ ହୋଇପାରିନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe