Advertisment

ଅନ୍ଧାର ଆଖିରେ ସାତ ସୁରର ସକାଳ: ଚମତ୍କାର ଗାଉଛନ୍ତି ଦୃଷ୍ଟିହୀନ ଝିଅ

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି): ଆଖିରେ ଆଲୋକ ଅଟକେ କିନ୍ତୁ ସ୍ୱର ସକାଳ ପରି ସତେଜ୍‌। ସେ ସ୍ୱର, ଲୟ ଏବଂ ତାଳର ଏକ ସୁନ୍ଦର ମିଶ୍ରଣ। ତାଙ୍କ ହାତର ବାଦ୍ୟ ସହ ସମ୍ବଲପୁରୀ ବିଟ୍‌ରେ ମନ୍ତ୍ରମୁଗ୍ଧ ଅନେକ ଶ୍ରୋତା। ଏହି ଐଶ୍ୱର୍ଯ୍ୟ ପ୍ରତିଭା ଥିବା ବାଳିକା ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି ସତ କିନ୍ତୁ ତାଙ୍କର ଏହି ଈଶ୍ୱର ପ୍ରଦତ୍ତ ପ୍ରତିଭା ତାଙ୍କୁ ଆଜି ଭେଟି ଦେଇଛି ଢେର୍‌ ଲୋକପ୍ରିୟତା। ନାଁ ତାଙ୍କର ରୋହିଣୀ ସୁନା। ବଲାଙ୍ଗିର ଟିଟିଲାଗଡ […]

ଅଦ୍ୟତନ ହୋଇଛି
ଅନ୍ଧାର ଆଖିରେ ସାତ ସୁରର ସକାଳ: ଚମତ୍କାର ଗାଉଛନ୍ତି ଦୃଷ୍ଟିହୀନ ଝିଅ

rohini

Advertisment

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି): ଆଖିରେ ଆଲୋକ ଅଟକେ କିନ୍ତୁ ସ୍ୱର ସକାଳ ପରି ସତେଜ୍‌। ସେ ସ୍ୱର, ଲୟ ଏବଂ ତାଳର ଏକ ସୁନ୍ଦର ମିଶ୍ରଣ। ତାଙ୍କ ହାତର ବାଦ୍ୟ ସହ ସମ୍ବଲପୁରୀ ବିଟ୍‌ରେ ମନ୍ତ୍ରମୁଗ୍ଧ ଅନେକ ଶ୍ରୋତା। ଏହି ଐଶ୍ୱର୍ଯ୍ୟ ପ୍ରତିଭା ଥିବା ବାଳିକା ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି ସତ କିନ୍ତୁ ତାଙ୍କର ଏହି ଈଶ୍ୱର ପ୍ରଦତ୍ତ ପ୍ରତିଭା ତାଙ୍କୁ ଆଜି ଭେଟି ଦେଇଛି ଢେର୍‌ ଲୋକପ୍ରିୟତା।

Advertisment

ନାଁ ତାଙ୍କର ରୋହିଣୀ ସୁନା। ବଲାଙ୍ଗିର ଟିଟିଲାଗଡ ଡଙ୍ଗରପଡା ଗାଁର ଝିଅ ରୋହିଣୀ ସତରେ କୌଣସି ସୁନାଠୁ କମ୍‌ ନୁହନ୍ତି। ମୁରିବାହଲ କଲେଜରେ ସେ ଯୁକ୍ତ ଦୁଇ ପଢୁଛନ୍ତି। କଲେଜରେ ରୋହିଣୀ ସାଙ୍ଗମାନଙ୍କ ପାଖରେ ବସିଥିବା ସମୟରେ ଗୀତ ଗାଆନ୍ତି। ପିଲାଦିନୁ ସେ ଗୀତ ଗାଇ ଆସୁଛନ୍ତି। ହେଲ ତାଙ୍କ ଗୀତ ବଣରେ ଫୁଟୁଥିବା ମଲ୍ଲୀ ସଦୃଶ ଲୋକଲୋଚନକୁ ଆସିପାରିନଥିଲା। ଶେଷରେ ରୋହିଣୀ ପଢୁଥିବା କଲେଜର ଜଣେ ଅଧ୍ୟାପକ ରୋହିଣୀ ଗୀତ ଗାଉଥିବା ସମୟର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଶେଆର କରିବା ପରେ ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଥିଲା।

ପିଲାର ଏମିତି କଳା ଦେଖି ରୋହିଣୀଙ୍କର ବାପା ତାଙ୍କ ପାଇଁ ଗୋଟେ ବାଜା ଏବଂ ହାରମୋନିୟମ କିଣି ଦେଇଥିଲେ। ଏହି ବାଦ୍ୟ ଉପକରଣକୁ ଗୁରୁ ଭାବି ରୋହିଣୀ ଆଜି ପର୍ଯ୍ୟନ୍ତ ସେମିତି ଗାଇ ଆସୁଛନ୍ତି।

Advertisment

ସେପଟେ ବିନା କୌଣସି ପ୍ରଶିକ୍ଷଣରେ ଏତେ ସୁନ୍ଦର ଭାବେ ସେ ଗାଇ ପାରୁଥିବାରୁ ସରକାର ରୋହିଣୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆର୍ଥିକ ସାହାଯ୍ୟ ପାଇଁ ତାଙ୍କ ବାପା ଅନୁରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe