Advertisment

ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ

ଛତ୍ରପୁର(ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ପଞ୍ଚାୟତର  ବଡ଼ ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଦୁଇ ପୁଅଙ୍କ ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।  ତାଙ୍କ ନାଁ ଅଭିମନ୍ୟୁ ପ୍ରଧାନ। ଅଭିଯୁକ୍ତଦ୍ୱୟଙ୍କ ନାଁ ସୁଶାନ୍ତ ପ୍ରଧାନ ଓ ମଙ୍ଗୁଳୁ  ପ୍ରଧାନ। ସୂଚନାଅନୁସାରେ, ଆଜି ସକାଳେ ସୁଶାନ୍ତ ଓ ମଙ୍ଗୁଳୁଙ୍କର କୌଣସି ଏକ କଥାକୁ ନେଇ ବାପା ଅଭିମନ୍ୟୁଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ ଭାଇ ସୁଶାନ୍ତ ଓ […]

ଅଦ୍ୟତନ ହୋଇଛି
ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ

murder

Advertisment

ଛତ୍ରପୁର(ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ପଞ୍ଚାୟତର  ବଡ଼ ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଦୁଇ ପୁଅଙ୍କ ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।  ତାଙ୍କ ନାଁ ଅଭିମନ୍ୟୁ ପ୍ରଧାନ। ଅଭିଯୁକ୍ତଦ୍ୱୟଙ୍କ ନାଁ ସୁଶାନ୍ତ ପ୍ରଧାନ ଓ ମଙ୍ଗୁଳୁ  ପ୍ରଧାନ।

Advertisment

ସୂଚନାଅନୁସାରେ, ଆଜି ସକାଳେ ସୁଶାନ୍ତ ଓ ମଙ୍ଗୁଳୁଙ୍କର କୌଣସି ଏକ କଥାକୁ ନେଇ ବାପା ଅଭିମନ୍ୟୁଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ ଭାଇ ସୁଶାନ୍ତ ଓ ସାନ ଭାଇ ମଙ୍ଗୁଳୁ ମିଶି ଅଭିମନ୍ୟୁଙ୍କୁ ବାଡ଼ିରେ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବାପାଙ୍କୁ ମାଡ଼ ମାରିବା ସମୟରେ ତାଙ୍କ ମାଆ ଅପସରା ପ୍ରଧାନ ଆସିଯିବାରୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଅପସରାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ‌ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ସୁଶାନ୍ତ ଓ ମଙ୍ଗୁଳୁଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe