Advertisment

ସୋନୁଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ କୋଣରେ ପ୍ରବାସୀ ଶ୍ରମିକ ମାନେ ଫସି ରହିଛନ୍ତି। ସେମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବାକୁ ବସ୍ ଓ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ତେବେ ସମସ୍ତେ ଏ ସୁବିଧା ପାଇପାରି ନାହାନ୍ତି। ଲକ୍‌ଡାଉନ୍ ବେଳେ  ବହୁ ଶ୍ରମିକ ଛୁଆପିଲା ଧରି ମାଇଲ ମାଇଲ୍ ବାଟ ଚାଲି ନିଜ ଭିଟାମାଟି ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। ଆଉ ଏଭଳି ଦୃଶ୍ୟ ଦେଖି ପ୍ରବାସୀମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ୍ […]

ଅଦ୍ୟତନ ହୋଇଛି
ସୋନୁଙ୍କୁ ପ୍ରଶଂସା କଲେ ନବୀନ

sonu-navin

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ କୋଣରେ ପ୍ରବାସୀ ଶ୍ରମିକ ମାନେ ଫସି ରହିଛନ୍ତି। ସେମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବାକୁ ବସ୍ ଓ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ତେବେ ସମସ୍ତେ ଏ ସୁବିଧା ପାଇପାରି ନାହାନ୍ତି। ଲକ୍‌ଡାଉନ୍ ବେଳେ  ବହୁ ଶ୍ରମିକ ଛୁଆପିଲା ଧରି ମାଇଲ ମାଇଲ୍ ବାଟ ଚାଲି ନିଜ ଭିଟାମାଟି ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। ଆଉ ଏଭଳି ଦୃଶ୍ୟ ଦେଖି ପ୍ରବାସୀମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ସେ ହଜାର ହଜାର ପ୍ରବାସୀଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ବସ୍‌ ଯୋଗେ ପଠାଇ ସାରିଛନ୍ତି। ତାଙ୍କ ଦ୍ୱାରା ଓଡ଼ିଶାର ୧୭୭ ଜଣ ମହିଳା ମଧ୍ୟ ଉପକୃତ ହୋଇଛନ୍ତି, ଯେଉଁମାନେ କେରଳରେ ଫସି ରହିଥିଲେ। ସୋନୁ ସେମାନଙ୍କୁ ବିମାନ ଯୋଗେ ଓଡ଼ିଶା ପଠାଇଥିଲେ। ଗତକାଲି ଏହି ମହିଳାମାନେ ଓଡ଼ିଶା ଆସିଥିଲେ। ଆଉ ସୋନୁଙ୍କ ଏହି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ପ୍ରଶଂସା କରିଛନ୍ତି।

Advertisment

https://twitter.com/CMO_Odisha/status/1266397290924855299?s=20

ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟ୍ୱିଟ୍ କରାଯାଇଛି।  ଏଥିରେ ଲେଖା ହୋଇଛି, ଲକ୍‌ଡାଉନ୍‌ ଯୋଗୁ କେରଳରେ ଫସିଥିବା ଓଡ଼ିଆ ଝିଅମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚାଇଥିବାରୁ ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କୁ ଧନ୍ୟବାଦ। ତାଙ୍କର ଏହି ମାନବିକତା ପ୍ରଶଂସାଯୋଗ୍ୟ।

ସୂଚନା ଅନୁଯାୟୀ, ଓଡ଼ିଶାର ଏହି ୧୭୭ ଜଣ ମହିଳା କେରଳରେ ଏକ ଗାର୍ମେଣ୍ଟ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେମାନେ ବହୁ ଦିନ ହେଲାଣି ସେଠୁ ଘରକୁ ଆସିବାକୁ ଚଷ୍ଟା କରୁଥିଲେ ହେଲେ କୌଣସି ଉପାୟ ପାଉନଥିଲେ। ତେବେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ଅଭିନେତା ସୋନୁ ସୁଦ୍। ସେ ସେମାନଙ୍କ ପାଇଁ ବିମାନର ବ୍ୟବସ୍ଥା କରିଥିଲେ। ଆଉ ଗତକାଲି ଏହି ମହିଳାମାନେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ମହିଳାମାନେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି।publive-image

Advertisment

ସୂଚନାଯୋଗ୍ୟ, ସୋନୁ ନିଜ ଟିମ୍ ସହ ମିଶି ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୨ ହଜାର ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇସାରିଲେଣି। ଏହା ବ୍ୟତୀତ ସେ ୪୫ ହଜାର ଲୋକଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି। ବହୁ ଲୋକ ତାଙ୍କୁ ଟ୍ୱିଟ୍ କରି ମଧ୍ୟ ସାହାଯ୍ୟ ମାଗୁଛନ୍ତି। ଟ୍ୱିଟ୍ ପଢ଼ିବା ମାତ୍ରେ ଅଭିନେତା ତୁରନ୍ତ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ସୋଶାଲ୍ ମିଡିଆରେ ଏବେ ତାଙ୍କୁ ଢେର ପ୍ରଶଂଶା କରାଯାଉଛି। ଏପରିକି ବିହାରରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ଘୋଷଣା ହୋଇସାରିଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe