Advertisment

SMA ପୀଡ଼ିତ ରାଜବୀରଙ୍କ ପାଇଁ ସୋନୁ ସୁଦଙ୍କ ଅପିଲ୍‌, କହିଲେ-ସମସ୍ତଙ୍କ ସାହାଯ୍ୟ ଲୋଡ଼ା

ଫୁଲବାଣୀ(ତ୍ରିନାଥ ସାହୁ): ମୁଖ୍ୟମନ୍ତ୍ରୀଙ୍କ ଶରଣ ପଶିଥିଲେ। ରାଜ୍ୟବାସୀଙ୍କୁ ବି ସାହାଯ୍ୟ ମାଗିଥିଲେ। ହେଲେ ସାହାଯ୍ୟ ତ କିଛି ମିଳିଲାନି ମିଳିଲା ନିରାଶା।  ହାତରେ ସମୟ ନ ଥିବା ବେଳେ ପାଖରେ ଅର୍ଥ ବି ନାହିଁ। ୧୯ ମାସର ପୁଅ ବିରଳ SMA(Spinal muscular atrophy ) ରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବାପାମା’  ଲାଗି ପଡ଼ିଛନ୍ତି ୧୬ କୋଟି ସଂଗ୍ରହ କରିବାରେ। ଶେଷରେ ରାଜ୍ୟରୁ ନିରାଶ ହେବା ପରେ ମୁମ୍ବାଇରେ ପହଞ୍ଚି ସୋନୁ ସୁଦଙ୍କ […]

ଅଦ୍ୟତନ ହୋଇଛି
SMA ପୀଡ଼ିତ ରାଜବୀରଙ୍କ ପାଇଁ ସୋନୁ ସୁଦଙ୍କ ଅପିଲ୍‌, କହିଲେ-ସମସ୍ତଙ୍କ ସାହାଯ୍ୟ ଲୋଡ଼ା

sonu soud with rajveer’s family

Advertisment

ଫୁଲବାଣୀ(ତ୍ରିନାଥ ସାହୁ): ମୁଖ୍ୟମନ୍ତ୍ରୀଙ୍କ ଶରଣ ପଶିଥିଲେ। ରାଜ୍ୟବାସୀଙ୍କୁ ବି ସାହାଯ୍ୟ ମାଗିଥିଲେ। ହେଲେ ସାହାଯ୍ୟ ତ କିଛି ମିଳିଲାନି ମିଳିଲା ନିରାଶା।  ହାତରେ ସମୟ ନ ଥିବା ବେଳେ ପାଖରେ ଅର୍ଥ ବି ନାହିଁ। ୧୯ ମାସର ପୁଅ ବିରଳ SMA(Spinal muscular atrophy ) ରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବାପାମା’  ଲାଗି ପଡ଼ିଛନ୍ତି ୧୬ କୋଟି ସଂଗ୍ରହ କରିବାରେ। ଶେଷରେ ରାଜ୍ୟରୁ ନିରାଶ ହେବା ପରେ ମୁମ୍ବାଇରେ ପହଞ୍ଚି ସୋନୁ ସୁଦଙ୍କ ସାହାଯ୍ୟ ଲୋଡ଼ିଛନ୍ତି  ରାଜବୀରର ବାପାମା’ । ରାଜବୀରର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ୧୬ କୋଟି ଟଙ୍କା ପାଇଁ ସୋନୁ ବି ଲୋକଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।

Advertisment

କନ୍ଧମାଳ ଆମ୍ବପଡ଼ା ଗାଁର ୧୮ ମାସର ପୁଅ ରାଜବୀର ରଣା । ଦୁନିଆ ଚିହ୍ନିବା ଆଗରୁ  କଷ୍ଟ, ଯନ୍ତ୍ରଣାକୁ ସାଙ୍ଗ କରି ସାରିଲାଣି। ଅସହ୍ୟ ଯନ୍ତ୍ରଣାରେ ବେଡ ଉପରେ କଟୁଛି କୁନି ପୁଅର ଦିନ, ରାତି । ଛୋଟ ବୟସରେ ତାକୁ ମାଡ଼ି ବସିଲାଣି ଦୁରାସାଧ୍ୟ ସ୍ପାଇନଲ-ମସ୍କ୍ଯୁଲର-ଏଟ୍ରୋଫି ବା SMA ।    ପୁଅର ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ଜୋଲଗେନ୍ସମା ଇଞ୍ଜେକସନ ଓ ଏଥିପାଇଁ ଖର୍ଚ୍ଚ ହେବ ୧୬ କୋଟି । ସହାୟତାର ଆଶା କରି ସବୁ ଆଡ଼ୁ ବିଫଳ ହେବା ପରେ ମୁମ୍ବାଇରେ ପହଞ୍ଚିଛନ୍ତି  ତାର ବାମାମା’। ଲକଡାଉନ୍ ହିରୋ ସୋନୁ ସୁଦଙ୍କୁ ଦେଖା କରି ତାଙ୍କଠୁ ସହାୟତା ମାଗିଛନ୍ତି ।

ରାଜବୀରଙ୍କ ପରିବାର ତାଙ୍କୁ ଭେଟି ସାହାଯ୍ୟ ଲୋଡ଼ିବା ପରେ, ଏତେ ବଡ଼ ପରିମାଣର ଟଙ୍କା ଜୁଟାଇବା ପାଇଁ ସାଧ୍ୟ ଅନୁସାରେ କିଛି କିଛି ଯୋଗଦାନ ଦେବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ସୋନୁ । ଦେଶବାସୀଙ୍କୁ ଅପିଲ୍‌ କରି ସୋନୁ ସୁଦ୍ କହିଛନ୍ତି,  ରାଜବୀର SMA -2ରେ ପୀଡ଼ିତ। ଏହା ପାଇଁ ଏକ ବଡ଼ ପରିମାଣର ଅର୍ଥ ଆବଶ୍ୟକ । ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା। ଜଣଙ୍କ ପକ୍ଷେ ଏହା କରିବା ସମ୍ଭବ ନୁହେଁ। ସମସ୍ତଙ୍କ ସହଯୋଗ ମିଳିଲେ ରାଜବୀର ତା’ ବାପାମା’ କୋଳକୁ ପୁଣି ଥରେ ଫେରିପାରିବ। ଏଥିପାଇଁ ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ଅନୁରୋଧ କରୁଛି।

Advertisment

ପୁଅର ଚିକିତ୍ସା ପାଇଁ ରାଜବୀର ରଣାଙ୍କ ବାପାମା’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରଣ ବି ପଶିଥିଲେ । ମାତ୍ର ନବୀନ ନିବାସରେ  ପଞ୍ଚିବା ପୂର୍ବରୁ ବାଟ ଓଗାଳିଲେ ସୁରକ୍ଷାକର୍ମୀ । ସେଠାରୁ ତାଙ୍କ ଯେଣତେଣ ପ୍ରକାରେ ବୁଝାସୁଝା କରି ପ୍ରଥମେ କ୍ୟାପିଟାଲ ଓ ପରେ କଟକ ମେଡିକାଲ ପଠାଯାଇଥିଲା। ମାତ୍ର ସେଠାରେ ଏହି ରୋଗର ଚିକିତ୍ସା ସମ୍ଭବ ନୁହେଁ କହି ଫେରାଇ ଦେଲେ ଡାକ୍ତର।

ଆର୍ଥିକ ସାହାଯ୍ୟ ପାଇଁ  ପୂର୍ବରୁ  ପରିବାର ଲୋକ ରାଜ୍ୟ  ସ୍ୱାସ୍ଥ୍ୟ ବିଭାଗକୁ ଆବେଦନ କରିଥିଲେ ମଧ୍ୟ କୌଣସି ସହାୟତା ମିଳି ନଥିଲା । ଶିଶୁକୁ ଶୀଘ୍ର ଯଦି ଚିକିତ୍ସା କରାନଯାଏ ତେବେ ଅବସ୍ଥା ବିଗିଡ଼ିପାରେ ବୋଲି ଡାକ୍ତର କହି ସାରିଛନ୍ତି ।  ଏହାପରେ ବି ହାର ନ ମାନି ପୁଣି ଥରେ ପୁଅ ଜୀବନ ପାଇଁ ଯୁଦ୍ଧ ଆରମ୍ଭ କରିଛନ୍ତି ତା’ ବାପାମା’ ।

ଏନେଇ ରାଜବୀରଙ୍କ ମା’ କହିଛନ୍ତି, ମୋ ପୁଅ ବିରଳ ରୋଗରେ ପୀଡ଼ିତ। ନିଶ୍ୱାସ ନେବାରେ, ଖାଇବାରେ, ବୁଲିବାରେ , ମେରୁଦଣ୍ଡରେ ସମସ୍ୟା ଭୋଗୁଛି। ଆମକୁ ଦୟା କରନ୍ତୁ। ମୁଁ ମୋ ପୁଅକୁ ହରାଇବାକୁ ଚାହୁଁନାହିଁ। ମୋ ପୁଅର କଷ୍ଟ ମୁଁ ସହିପାରୁନି। ଜଣେ ମା’ ହିସାବରେ ହାତ ଯୋଡ଼ି ଅନୁରୋଧ କରୁଛି। ଆପଣ ସମସ୍ତେ କିଛି କିଛି ସହଯୋଗ କଲେ ମୋ ପୁଅ ଫେରିପାରିବ ।

ଏବେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି ରାଜବୀର । ମେରୁଦଣ୍ଡରେ ସମସ୍ୟା ଯୋଗୁଁ ନା ସେ ଛିଡ଼ା ହୋଇ ପାରୁଛନ୍ତି ନା ଠିକ୍‌ରେ ବସି ପାରୁଛନ୍ତି । ସବୁବେଳେ ତାକୁ ତଳେ ଶୁଆଇ ଓ କାନ୍ଧରେ ପକାଇ ରଖୁଛନ୍ତି ମା’ ବାପା ।   ନିଜ ଜୀବନ ସହ ପ୍ରତ୍ୟେକଟି ମୂହୁର୍ତ୍ତ କଷ୍ଟର ସହ ଲଢ଼େଇ କରୁଛି ରାଜବୀର । ତେଣୁ ଏବେ  ସମଗ୍ର ଦେଶବାସୀଙ୍କ ଆର୍ଥିକ ସହାୟତା ଲୋଡ଼ିଛନ୍ତି ଶିଶୁର ବାପା-ମାଆ । ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ଆକାଉଣ୍ଟ ନମ୍ବର ୬୨୫୦୦୨୦୧-୦୦୧୧୬୦୦ ଏବଂ UPI ନମ୍ବର ୬୩୬୦୩-୭୧୫୯୫  ଯୋଗେ ଟଙ୍କା ପଠାଇ ପାରିବେ ବୋଲି କହିଛନ୍ତି ରାଜବୀରଙ୍କ ମା’ ।

Sonu Sood SMA Disease
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe