କଟକର ୩ ହସ୍ପିଟାଲ ପାଇଁ SOP ଜାରି

କଟକ(ଓଡ଼ିଶା ରିପୋର୍ଟର): କରୋନା ଭଳି ମହାମାରୀରୁ ବର୍ତ୍ତିବା ପାଇଁ କଟକରେ ବିଭିନ୍ନ ମେଡିକାଲ ପାଇଁ ଏସ୍ଓପି ଜାରି ହୋଇଛି।  ଏସସିବି ସହ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ମଧ୍ୟ SOP ଜାରି ହୋଇଛି । କଟକ ମେଡିକାଲରେ ଯେପରି ପୂର୍ବପରି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦିଆଯିବ । ସ୍ୱତନ୍ତ୍ର ଟିମ୍ ଦ୍ୱାରା କଟକ ସହରରେ ସର୍ଭେଲାନ୍ସ କରାଯିବ । କଟକ ଜିଲ୍ଲାପାଳଙ୍କ ଅଫିସ୍‌ରେ କରୋନା ସ୍ଥିତି ନେଇ ସମୀକ୍ଷା […]

meeting-1

meeting-1

Niharika Rout
  • Published: Saturday, 18 July 2020
  • Updated: 18 July 2020, 02:01 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କରୋନା ଭଳି ମହାମାରୀରୁ ବର୍ତ୍ତିବା ପାଇଁ କଟକରେ ବିଭିନ୍ନ ମେଡିକାଲ ପାଇଁ ଏସ୍ଓପି ଜାରି ହୋଇଛି।  ଏସସିବି ସହ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ମଧ୍ୟ SOP ଜାରି ହୋଇଛି ।

କଟକ ମେଡିକାଲରେ ଯେପରି ପୂର୍ବପରି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦିଆଯିବ । ସ୍ୱତନ୍ତ୍ର ଟିମ୍ ଦ୍ୱାରା କଟକ ସହରରେ ସର୍ଭେଲାନ୍ସ କରାଯିବ । କଟକ ଜିଲ୍ଲାପାଳଙ୍କ ଅଫିସ୍‌ରେ କରୋନା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି କଟକ ପାଇଁ ନିୟୋଜିତ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ।

ଏହି ୩ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର SOPକୁ କଡ଼ାକଡ଼ି ପାଳନ କରିବେ । ତାସହ ଲକ୍‌ଡାଉନ୍‌ ଚାଲିଥିବାରୁ କଟକ ସହର ଓ ମେଡିକାଲ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରହିବ ।

ସମୀକ୍ଷା ବୈଠକରେ ଜିଲ୍ଲା କରୋନା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ, ସୁଶାନ୍ତ ମହାପାତ୍ର, CMC କମିଶନର ଓ ପୁଲିସ କମିଶନର ପ୍ରମୁଖ ଉପସ୍ଥିତ ଥିଲେ।  ସେମାନଙ୍କ ବ୍ୟତୀତ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ସାମିଲ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos