meeting-1
କଟକ(ଓଡ଼ିଶା ରିପୋର୍ଟର): କରୋନା ଭଳି ମହାମାରୀରୁ ବର୍ତ୍ତିବା ପାଇଁ କଟକରେ ବିଭିନ୍ନ ମେଡିକାଲ ପାଇଁ ଏସ୍ଓପି ଜାରି ହୋଇଛି। ଏସସିବି ସହ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ମଧ୍ୟ SOP ଜାରି ହୋଇଛି ।
କଟକ ମେଡିକାଲରେ ଯେପରି ପୂର୍ବପରି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦିଆଯିବ । ସ୍ୱତନ୍ତ୍ର ଟିମ୍ ଦ୍ୱାରା କଟକ ସହରରେ ସର୍ଭେଲାନ୍ସ କରାଯିବ । କଟକ ଜିଲ୍ଲାପାଳଙ୍କ ଅଫିସ୍ରେ କରୋନା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି କଟକ ପାଇଁ ନିୟୋଜିତ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ।
ଏହି ୩ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର SOPକୁ କଡ଼ାକଡ଼ି ପାଳନ କରିବେ । ତାସହ ଲକ୍ଡାଉନ୍ ଚାଲିଥିବାରୁ କଟକ ସହର ଓ ମେଡିକାଲ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରହିବ ।
ସମୀକ୍ଷା ବୈଠକରେ ଜିଲ୍ଲା କରୋନା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ, ସୁଶାନ୍ତ ମହାପାତ୍ର, CMC କମିଶନର ଓ ପୁଲିସ କମିଶନର ପ୍ରମୁଖ ଉପସ୍ଥିତ ଥିଲେ। ସେମାନଙ୍କ ବ୍ୟତୀତ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ସାମିଲ୍ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/meeting-1.jpg)