Advertisment

ବାହା ହୋଇ ଭୁଲ୍‌ ହୋଇଗଲା... ଯାହା ଭୁଲ୍‌ ହୋଇଛି କ୍ଷମା କରିଦିଅ...

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ବାହା ହୋଇ ଭୁଲ୍‌ ହୋଇଗଲା… ଯାହା ଭୁଲ୍‌ ହୋଇଛି କ୍ଷମା କରିଦିଅ… ମୁଁ କେରେକ୍ଟର ଲେସ୍‌ ନୁହେଁ, ତୁମେ କେରେକ୍ଟର ଲେସ୍‌… ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ଆବାସରୁ ଶୁକ୍ରବାର ମିଳିଛି ଏପରି ଲେଖାଯାଇଥିବା ହାତ ଲେଖା। ଲେଟର ପେଡ୍‌ରେ ସୌମ୍ୟ ଏମିତି ଲେଖିଥିବା ଆଲୋଚନା ହେଉଛି। ତେବେ ଏହି ହାତ ଲେଖା ସୌମ୍ୟଙ୍କର କି ଆଉ କାହାର ସ୍ପଷ୍ଟ ହୋଇନି। ଯଦି ହାତ ଲେଖା ସୌମ୍ୟଙ୍କର ହୋଇଥିବା, […]

ଅଦ୍ୟତନ ହୋଇଛି
ସଂଧ୍ୟାରେ ତହସିଲଦାରଙ୍କ ପାଳି

Soumaya

Advertisment

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ବାହା ହୋଇ ଭୁଲ୍‌ ହୋଇଗଲା... ଯାହା ଭୁଲ୍‌ ହୋଇଛି କ୍ଷମା କରିଦିଅ... ମୁଁ କେରେକ୍ଟର ଲେସ୍‌ ନୁହେଁ, ତୁମେ କେରେକ୍ଟର ଲେସ୍‌... ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ଆବାସରୁ ଶୁକ୍ରବାର ମିଳିଛି ଏପରି ଲେଖାଯାଇଥିବା ହାତ ଲେଖା। ଲେଟର ପେଡ୍‌ରେ ସୌମ୍ୟ ଏମିତି ଲେଖିଥିବା ଆଲୋଚନା ହେଉଛି। ତେବେ ଏହି ହାତ ଲେଖା ସୌମ୍ୟଙ୍କର କି ଆଉ କାହାର ସ୍ପଷ୍ଟ ହୋଇନି। ଯଦି ହାତ ଲେଖା ସୌମ୍ୟଙ୍କର ହୋଇଥିବା, ତାହାହେଲେ ସେ ଏପରି କାହିଁକି ଲେଖିଥିଲେ?

Advertisment

ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ସୌମ୍ୟଙ୍କ ସରକାରୀ ଆବାସରେ ଯାଞ୍ଚ କରିଥିଲା। ଏହି ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମିଳିଥିଲା। ସରକାରୀ ବାସ ଭବନରୁ ସୌମ୍ୟଙ୍କ ଲାପ୍‌ଟପ୍‌, ମୋବାଇଲ୍‌, ନୋଟ୍‌ପ୍ୟାଡ୍‌(୭ ପୃଷ୍ଠା ସମ୍ୱଳିତ ହାତ ଲେଖା) ଜବତ କରିଛି ସାଇଣ୍ଟିଫିକ୍‌ ଟିମ। ଏହି ୭ ପୃଷ୍ଠାର ହାତ ଲେଖା ସୌମ୍ୟ ଖୋଲିଥିବା ଆଲୋଚନା ହେଉଛି। ସେଥିରେ ଲେଖାଯାଇଛି, ମୁଁ ୧୫ ତାରିଖ ପରେ ଚାପମୁକ୍ତ ହୋଇଯିବି। ତେବେ ଏଠି ପ୍ରଶ୍ନ ଉଠୁଛି ସେ କାହାଠାରୁ ଚାପମୁକ୍ତ ହେବାକୁ ଚାହୁଁଥିଲେ।

ହାତଲେଖା ନେଇ ସୌମ୍ୟଙ୍କ ସଂପର୍କୀୟ ଭାଇ ମାନସ ରଞ୍ଜନ ପାଢୀ କହିଛନ୍ତି, ସୌମ୍ୟ ବଦଳି ପାଇଁ ଆବେଦନ କରିଥିଲେ। ବଦଳି ମଧ୍ୟ ହୋଇଥିଲା। ଏହାର ଆଭାସ ପାଇବା ପରେ ବୋଧହୁଏ ସୌମ୍ୟ ଏଭଳି ଲେଖି ଥାଇପାରନ୍ତି। କେବଳ ସେତିକି ନୁହେଁ, ଛାନଭିନ ସମୟରେ ଯେଉଁ ଦୁଇଟି ଚୁକ୍ତିନାମା କାଗଜ ମିଳିଛି, ସେଥିରୁ ଗୋଟିଏ କାଗଜରେ ସୌମ୍ୟ ତାଙ୍କର ସମସ୍ତ ସମ୍ପତ୍ତି ସ୍ତ୍ରୀଙ୍କୁ ଦେବା ପାଇଁ ଲେଖିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏପରି କାହିଁକି ଲେଖିଲେ, ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ମାନସ କହିଛନ୍ତି।

Advertisment

ଗତ ୧୨ ତାରିଖ ରାତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ କଟକରେ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି ସୌମ୍ୟଙ୍କ ଶରୀରରେ କେମିତି ଲାଗିଲା ନିଆଁ? ସେନେଇ ତାଙ୍କ ପତ୍ନୀ ମୁହଁ ଖୋଲୁନଥିଲେ। ପରେ ଏହି ଘଟଣାରେ ସୌମ୍ୟଙ୍କ ପତ୍ନୀ, ପାରଳାଖେମୁଣ୍ଡି ଡିଏଫ୍‌ଓ ଓ ରୋଷେୟାଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରିଥିଲେ ତାଙ୍କ ବାପା ଅଭିରାମ ମହାପାତ୍ର। ଏପରିକି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ବୋହୂ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସଂପର୍କ ରହିଛି ବୋଲି ଅଭିଯୋଗ ହୋଇଥିଲା। ଏହି ସମସ୍ତ କାର୍ଯ୍ୟରେ ରୋଷେୟା ସହଯୋଗ କରୁଥିବା ସୌମ୍ୟଙ୍କ ବାପା ନିଜ ଏତଲାରେ ଦର୍ଶାଇଥିଲେ। ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି ପୁଲିସ୍‌ ଅପରାଧୀକ ଷଡଯନ୍ତ୍ର ମୂଳକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସୌମ୍ୟ ମୃତ୍ୟୁ ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକଟ କଲେଣି ପରିବାର ଲୋକ। କାରଣ ଥାନାରେ ମାମଲା ରୁଜୁ ହେବାର ଇତି ମଧ୍ୟରେ ୪ ଦିନ ବିତି ସାରିଥିଲେ ମଧ୍ୟ ପୁଲିସ ଏଯାଏଁ କେବଳ ରୋଷେୟାଙ୍କୁ ପଚରା ଉଚୁରା କରିଛି। କିନ୍ତୁ ଏପର୍ଯ୍ୟନ୍ତ ଡିଏଫଓ ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିପାରି ନାହିଁ। ତେବେ ଏନେଇ ଗଜପତି ଏସ୍ପି‌ ତପନ କୁମାର ପଟ୍ଟନାୟକ କହିଛନ୍ତି, ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବର୍ତ୍ତମାନ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟମାନଙ୍କ ନିକଟରେ ମଧ୍ୟ ପୁଲିସ ରପଞ୍ଚି ତଦନ୍ତ କରିବ। ଏଥିପାଇଁ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଡିଏଫଓ ଓ ସୌମ୍ୟଙ୍କ ସ୍ତ୍ରୀଙ୍କୁ ଜେରା କରିବ। ଘଟଣାର ସବୁ ଦିଗରୁ ତଦନ୍ତ କରାଯିବ। ଯିଏ ଦୋଷୀ ବୋଲି ଜଣାପଡିବେ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରଳାଖେମୁଣ୍ଡି  ଏସ୍‌ପି କହିଛନ୍ତି।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe