ଶ୍ୱେତାଙ୍କ ବନ୍ଧୁଙ୍କ ବୟାନ ପରେ ଛାନିଆ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୌମ୍ୟଜିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା କରିବାର ୮ ଦିନ ପରେ ବି ପୁଲିସ୍‌ ହାତ ଖାଲି। ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ପୁଲିସ୍‌ ହେପାଜତରେ ଥିବା କୁହାଯାଉଥିବା ବେଳେ ତାହା ଉପରେ କିନ୍ତୁ ଲାଗି ରହିଛି ସସ୍‌ପେନ୍ସ। ଏବେ ସୌମ୍ୟଜିତ କେଉଁଠି ତାହା ଏକ ବିରାଟ ପ୍ରଶ୍ନବାଚୀ। ଇତି ମଧ୍ୟରେ ପୁଲିସ୍‌ ଶ୍ୱେତାଙ୍କ ମୋବାଇଲ କଲ ଡିଟେଲ୍ସ ବାହାର କରିଥିବା ବେଳେ ତାଙ୍କ ଡାଏରୀ ଜବତ କରିଛି ଓ ସାଙ୍ଗକୁ ପଚରାଉଚରା କରିଛି। […]

somuya

somuya

Niharika Rout
  • Published: Friday, 26 August 2022
  • Updated: 26 August 2022, 01:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା କରିବାର ୮ ଦିନ ପରେ ବି ପୁଲିସ୍‌ ହାତ ଖାଲି। ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ପୁଲିସ୍‌ ହେପାଜତରେ ଥିବା କୁହାଯାଉଥିବା ବେଳେ ତାହା ଉପରେ କିନ୍ତୁ ଲାଗି ରହିଛି ସସ୍‌ପେନ୍ସ। ଏବେ ସୌମ୍ୟଜିତ କେଉଁଠି ତାହା ଏକ ବିରାଟ ପ୍ରଶ୍ନବାଚୀ। ଇତି ମଧ୍ୟରେ ପୁଲିସ୍‌ ଶ୍ୱେତାଙ୍କ ମୋବାଇଲ କଲ ଡିଟେଲ୍ସ ବାହାର କରିଥିବା ବେଳେ ତାଙ୍କ ଡାଏରୀ ଜବତ କରିଛି ଓ ସାଙ୍ଗକୁ ପଚରାଉଚରା କରିଛି। ଏହାମଧ୍ୟରେ ଗିରଫଦାରୀ ଆଶଙ୍କାକୁ ଟାଳିବା ପାଇଁ ହାଇକୋର୍ଟରେ ସେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି।

ଶ୍ୱେତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଥିଲେ। ପୁଲିସ ଆଇପିସି ଦଫା ୩୦୬ ଲଗାଇ ତଦନ୍ତକୁ ଜୋରଦାର କରିଥିଲେ ବି ଏ ଯାଏ ପୁଲିସ୍‌ ହାତ ଖାଲି। ପୁଲିସ୍‌ ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ଶ୍ୱେତାଙ୍କ ପରିବାର ଲୋକେ ଗତକାଲି ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଅଧିକ ତଥ୍ୟ, ପ୍ରମାଣ ଯୋଗାଡ଼ ପାଇଁ ସେମାନେ କମିଶନରେଟ୍ ପୁଲିସକୁ ୪ ସାଙ୍ଗଙ୍କ ନାଁ ଦେଇଥିଲେ। ପୁଲିସ୍‌ ଆଜି ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ପଚରାଉଚରା କରିଛି। ଶ୍ୱେତା ଓ ସୌମ୍ୟଜିତଙ୍କ ସମ୍ପର୍କ କିପରି ଥିଲା, କେବେଠୁ ଆରମ୍ଭ ହୋଇଥିଲା ପ୍ରେମ, କାହିଁକି ସୃଷ୍ଟି ହେଲା ଫାଟ ସେସମ୍ପର୍କରେ ପୁଲିସ୍‌ ସେମାନଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।

ଶ୍ୱେତାଙ୍କ ଜଣେ ବନ୍ଧୁ ଗତକାଲି ଗଣମାଧ୍ୟମରେ ସାମ୍ନାକୁ ଆସି ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ପ୍ରତାରଣାର କାହାଣୀ ବଖାଣିଛନ୍ତି। ତାଙ୍କ କହିବା ଅନୁଯାୟୀ, “ଗତ ୬ ମାସ ଧରି ଶ୍ୱେତା ଓ ସୌମ୍ୟଜିତଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ଏମବିଏ କଲେଜରେ ଆଡମିଶନ ପରେ ସେ ଶ୍ୱେତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। ପୂର୍ବରୁ ସୌମ୍ୟଜିତ ୩ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଧୋକା ଦେଇଥିବା ଭଲ ଭାବେ ଜାଣିଥିଲେ ଶ୍ୱେତା। ତେଣୁ ସମ୍ପର୍କ ଆଗକୁ ବଢ଼ାଇବାକୁ ହେଲେ ବିବାହ କରିବାକୁ ପଡ଼ିବ ବୋଲି ସେ ଜିଦ୍‌ ଧରି ବସିଥିଲେ।”

ହେଲେ ସୌମ୍ୟଜିତ MBA ପଢ଼ିବାକୁ XIMB ଗଲା ପରେ ପରେ ଶ୍ୱେତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। କେତେବେଳେ ସୌମ୍ୟଜିତ ନିଜର ୩୦ ଲକ୍ଷ ଟଙ୍କାର ଷ୍ଟଡ଼ି ଲୋନ ଥିବା କଥା କହୁଥିଲେ ତ ଆଉ କେବେ ବଡ଼ଭାଇ ଥାଉ ଥାଉ କେମିତି ବିବାହ କରିବି ବୋଲି କହୁଥିବା ଶ୍ୱେତାଙ୍କ ଜଣେ ବନ୍ଧୁ କହିଛନ୍ତି।

https://youtu.be/Ui-323j9FMs

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟଙ୍କ ସମ୍ପର୍କ ବିଷୟରେ କଥା ହେବା ପାଇଁ ଶ୍ୱେତାଙ୍କ ପିତାମାତା ସମ୍ବଲପୁରସ୍ଥିତ ସୌମ୍ୟଜିତଙ୍କ ଘରକୁ ଯାଇଥିଲେ।  ଯେଉଁଠାରେ ସୌମ୍ୟଜିତଙ୍କ ପିତାମାତା ସୂଚନା ଦେଇଥିଲେ ଯେ ପୁଅ ପଢ଼ିବା ପାଇଁ ୩୦ ଲକ୍ଷ ଲୋନ୍‌ କରିଛି। ତେଣୁ ତାହାକୁ ପରିଶୋଧ କରିବାକୁ ସେମାନେ ଶ୍ୱେତାଙ୍କ ବାପାମା’ଙ୍କୁ କହିଥିଲେ।

ଶ୍ୱେତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୌମ୍ୟଜିତଙ୍କ ପାଖରେ ଥିବା ବେଳେ ସେ ତାହାକୁ ଭାଇରାଲ କରିଦେବାକୁ ସବୁବେଳେ ଧମକ ଦେଉଥିବା କହିଛନ୍ତି ଶ୍ୱେତାଙ୍କ ସାଙ୍ଗ। ସେଥିପାଇଁ ଶ୍ୱେତା ସବୁବେଳେ ଚିନ୍ତିତ ରହୁଥିବା ସେ କହିଛନ୍ତି।

ତଦନ୍ତ ସମୟରେ ପୁଲିସ ଶ୍ୱେତାଙ୍କ ଡାଏରୀର କିଛି ଅଂଶ ପାଇଛି। ଯେତେବେଳେ ସେ ସୌମ୍ୟଙ୍କ ସହ ଭଲ ସମ୍ପର୍କ ରଖିଥିଲେ ସେତେବେଳେ  ସେ ଲେଖିଥିଲେ, “ଆମର ସମ୍ପର୍କ ଦିନକୁ ଦିନ ଶକ୍ତିଶାଳୀ ହେଉଛି।” ଅନ୍ୟ ଏକ ଫର୍ଦ୍ଦରେ ଲେଖିଥିଲେ ସୌମ୍ୟଜିତ୍ ମୋତେ ତାଙ୍କ ପତ୍ନୀ ଭାବରେ ଗ୍ରହଣ କରିଛନ୍ତି। ଭଗବାନ ଦୟାକରି ଆମର ସମସ୍ତ ଦୁଃଖ ଦୂର କରନ୍ତୁ।" ଶେଷରେ ସେ ଲେଖିଥିଲେ-, ସୌମ୍ୟଜିତ ଶ୍ୱେତାକୁ ଭଲ ପାଆନ୍ତି।

ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଲିସ୍‌ ତଦନ୍ତ କେଉଁ ଦିଗରେ ଯାଉଛି, ପୁଲିସ୍‌ କାହିଁକି ସୌମ୍ୟଜିତଙ୍କୁ ସାମନାକୁ ଆଣୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

https://youtu.be/XX00MsOfyHU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story