Advertisment

‘ଯିଏ ମୋ’ ପାଇଁ ଶୁଦ୍ଧି ହେବା କଥା, ଆଜି ତା’ ପାଇଁ ମୁଁ ଶୁଦ୍ଧି ହେଲି’

ପାରଳାଖେମୁଣ୍ଡି(ଆଦର୍ଶ ଦାସ): “ପାଠ ପଢ଼ାଇ ପୁଅକୁ ମଣିଷ କରାଇଥିଲି। ସିଏ ୩୨ ବର୍ଷର ଚାଲିଗଲା। ଯିଏ ମୋ ପାଇଁ ଶୁଦ୍ଧି ହେବା କଥା। ଆଜି ତା’ ପାଇଁ ମୁଁ ଶୁଦ୍ଧି ହେଲି। ଏହାଠାରୁ ଆଉ କଣ ବଡ଼ ଦୁଃଖ ଥାଇପାରେ।” ଆଜି ଛଳଛଳ ଆଖିରେ ଏପରି କହିଛନ୍ତି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ବାପା ଅଭିରାମ ମହାପାତ୍ର। ଦୀର୍ଘ ୫ ଦିନ ପରେ ଆଜି ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ ସୌମ୍ୟଙ୍କ ସରକାରୀ […]

ଅଦ୍ୟତନ ହୋଇଛି
‘ଯିଏ ମୋ’ ପାଇଁ ଶୁଦ୍ଧି ହେବା କଥା, ଆଜି ତା’ ପାଇଁ ମୁଁ ଶୁଦ୍ଧି ହେଲି’

Abhiram Mohapatra

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): “ପାଠ ପଢ଼ାଇ ପୁଅକୁ ମଣିଷ କରାଇଥିଲି। ସିଏ ୩୨ ବର୍ଷର ଚାଲିଗଲା। ଯିଏ ମୋ ପାଇଁ ଶୁଦ୍ଧି ହେବା କଥା। ଆଜି ତା’ ପାଇଁ ମୁଁ ଶୁଦ୍ଧି ହେଲି। ଏହାଠାରୁ ଆଉ କଣ ବଡ଼ ଦୁଃଖ ଥାଇପାରେ।” ଆଜି ଛଳଛଳ ଆଖିରେ ଏପରି କହିଛନ୍ତି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ବାପା ଅଭିରାମ ମହାପାତ୍ର।

Advertisment

ଦୀର୍ଘ ୫ ଦିନ ପରେ ଆଜି ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ ସୌମ୍ୟଙ୍କ ସରକାରୀ ସ୍ୱାର୍ଟର୍ସକୁ ଯାଞ୍ଚ କରିଛନ୍ତି। ଯାଞ୍ଚ ସମୟରେ ସୌମ୍ୟଙ୍କ ବାପା, ଭାଇ ଓ ଓକିଲ ପାର୍ଥସାରଥୀ ନାୟକ ଉପସ୍ଥିତ ଥିଲେ। ଏହା ପରେ ଶ୍ରୀ ନାୟକ ଗଣମାଧ୍ୟମ ଆଗରେ ସାଙ୍ଘାତିକ ତଥ୍ୟ ଦେଇଥିଲେ।

ଶ୍ରୀ ନାୟକ କହିଥିଲେ, ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ସରକାରୀ କ୍ୱାର୍ଟର୍ସ ଭିତରକୁ ଦେଖିଲେ ଲାଗୁନି ଏଠାରେ ନିଆଁ ଲାଗିଛି ବୋଲି। ଏକଥା କହିବାର ତତ୍ପର୍ଯ୍ୟ ହେଉଛି, ନିଆଁ ଜଳିଥିଲେ କାନ୍ଥରେ ପୋଡ଼ା ଚିହ୍ନଥାଆନ୍ତା। ମାତ୍ର ସେମିତି କିଛି ଚିହ୍ନ ନାହିଁ। ପାଖରେ ପଲିଷ୍ଟରର ଡୋର ସ୍କ୍ରିନ୍‌ ରହିଛି। ମାତ୍ର ତାହା ମଧ୍ୟ ପୋଡ଼ା ନାହିଁ। ଘରର ଛତରୁ ଝୁଲୁଥିବା ଅଳନ୍ଦୁରେ ମଧ୍ୟ କଳା ଲାଗି ନାହିଁ। ଘଟଣାସ୍ଥଳରେ ଗୋଟିଏ ପ୍ଲାଷ୍ଟିକ୍‌ ମୁଢ଼ି ଡବା ରହିଛି। ସେଥିରେ ମଧ୍ୟ ନିଆଁ ଲାଗିବାର କୌଣସି ଚିହ୍ନ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଅନ୍ୟ କଉଁଠି ଘଟଣା ଘଟାଯାଇ ଏହି ସ୍ଥାନକୁ ଦେଖାଯାଉଛି। ଏହା ଉପରେ ପୁଲିସ ତଦନ୍ତ କରି ପ୍ରକୃତ ଅଭିଯୁକ୍ତକୁ ଗିରଫ କରିବା ଦରକାର।”

Advertisment

ସେପଟେ ସୌମ୍ୟଙ୍କ ବାପାଙ୍କୁ ପାରଳାଖେମୁଣ୍ଡି ପୁଲିସ ପଚରାଉଚରା କରିଛି। ଏଥିସହିତ ବାରିପଦାରେ ବାପାଙ୍କ ଘରେ ରହୁଥିବା ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ପଚରାଉଚରା ପାଇଁ ପାରଳାଖେମୁଣ୍ଡିରୁ ଏକ ଟିମ୍ ଯିବ। ସୌମ୍ୟଙ୍କି କେମିତି ମୃତ୍ୟୁ ହେଲା? ଡିଏଫ୍ଓଙ୍କ ସହ ସେମାନଙ୍କ କଣ ସମ୍ପର୍କ ରହିଛି ? ଆଗରୁ କୌଣସି ବିବାଦ ଥିଲା କି ? ଏମିତି କିଛି ଦିଗକୁ ଧରି ପୁଲିସ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଗୁରୁବାର ରୋଷେୟା ମନ୍ମଥ କୁମ୍ଭଙ୍କୁ ପଚରାଉଚରା କରିଥିଲା ପୁଲିସ। କିନ୍ତୁ ତଦନ୍ତର ସ୍କାନରରେ ଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଏଯାଏଁ ପଚରାଉଚରା କରାଯାଇନଥିବା ଜଣାପଡ଼ିଛି।

ପାରଳାଖେମୁଣ୍ଡିରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱର ଖଇରା ଅଞ୍ଚଳର ସୌମ୍ୟରଞ୍ଜନ, ପତ୍ନୀଙ୍କ ସହ ନିଜ ସରକାରୀ କ୍ୱାର୍ଟର୍ସରେ ରହୁଥିଲା ବେଳେ ଗତ ୧୨ ତାରିଖ ରାତିରେ ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe