ବିଳମ୍ୱିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ଆସର, ବାର୍‌ ଗାର୍ଲଙ୍କ ଉପରେ ଉଡୁଥିଲା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ମନୀଷ ଅନୁରାଗ ଦାସ ହତ୍ୟା ମାମଲାର ଖିଅ ଖୋଜୁ ଖୋଜୁ ପୁଲିସ୍‌ ପହଞ୍ଚିଛି ସାଉଥ୍‌ ସିଟି ହୋଟେଲ୍‌ ବାର୍‌ରେ। ଯେଉଁ ବାରରେ ସବୁ ନାଟକ ଆରମ୍ଭ ହୋଇଥିଲା, ତାହା ବେଆଇନ୍‌ ଭାବେ ଚାଲୁଥିଲା। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ହାବିଲଦାର ଓ କନଷ୍ଟେବଲ ସଂଘ ସଂପାଦକ ନିଜ ଭାଇଙ୍କ ନାଁରେ ବେଆଇନ୍‌ ଭାବେ ଚଳାଉଥିଲେ ବାର୍‌। ଖାଲି ବାର୍‌ ଚାଲୁନଥିଲା, କୋଭିଡ୍‌ ନିୟମର ଖୋଲା ଉଲ୍ଲଙ୍ଘନ […]

Hotel-South-City

Hotel-South-City

Manoranjan Sial
  • Published: Friday, 22 October 2021
  • Updated: 22 October 2021, 09:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ମନୀଷ ଅନୁରାଗ ଦାସ ହତ୍ୟା ମାମଲାର ଖିଅ ଖୋଜୁ ଖୋଜୁ ପୁଲିସ୍‌ ପହଞ୍ଚିଛି ସାଉଥ୍‌ ସିଟି ହୋଟେଲ୍‌ ବାର୍‌ରେ। ଯେଉଁ ବାରରେ ସବୁ ନାଟକ ଆରମ୍ଭ ହୋଇଥିଲା, ତାହା ବେଆଇନ୍‌ ଭାବେ ଚାଲୁଥିଲା। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ହାବିଲଦାର ଓ କନଷ୍ଟେବଲ ସଂଘ ସଂପାଦକ ନିଜ ଭାଇଙ୍କ ନାଁରେ ବେଆଇନ୍‌ ଭାବେ ଚଳାଉଥିଲେ ବାର୍‌। ଖାଲି ବାର୍‌ ଚାଲୁନଥିଲା, କୋଭିଡ୍‌ ନିୟମର ଖୋଲା ଉଲ୍ଲଙ୍ଘନ କରି ବିଳମ୍ୱିତ ରାତି ପର୍ଯ୍ୟନ୍ତ ଜମୁଥିଲା ଭିଡ୍‌ ଓ ଉଡୁଥିଲା ଟଙ୍କା। ହେଲେ ଏକଥା ପାଖ ଥାନାର ଥାନାବାବୁ ଜାଣିପାରୁନଥିଲେ। ତେବେ ଏଠି ପ୍ରଶ୍ନ, ଥାନା ବାବୁ ଜାଣିପାରୁନଥିଲେ ନା ଜାଣି ଚୁପ୍‌ ରହୁଥିଲେ।

ତେବେ ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା। ବରିଷ୍ଠ ସାମ୍ୱାଦିକ ନବୀନ ଦାସଙ୍କ ପୁଅ ଅନୁରାଗ ସାଥୀମାନଙ୍କ ସହ ସାଉଥ୍‌ ସିଟି ହୋଟେଲ୍‌ ବାର୍‌କୁ ଯାଇଥିଲେ। ସେଠାରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ରହିଥିଲେ। ମାତ୍ର ବିଲ୍‌ ପୈଠ କରିନପାରିବାରୁ ବାର କର୍ତ୍ତୃପକ୍ଷ ତାଙ୍କୁ ଅଟକ ରଖିଥିଲେ। ପରେ ଟଙ୍କା ଦେବାରୁ ହୋଟେଲ୍‌ କର୍ତ୍ତୃପକ୍ଷ ଛାଡ଼ି ଥିଲେ। ଏହାକୁ ନେଇ ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ଯାହାଫଳରେ ମନୀଷଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି।

ମନୀଷ ହତ୍ୟା ମାମଲାର ଖିଅ ଖୋଜି ଖୋଜି ପୁଲିସ ସାଉଥ୍‌ ସିଟି ହୋଟେଲ୍‌ ବାରରେ ପହଞ୍ଚିଥିଲା। ତଦନ୍ତରୁ ଜଣାପଡ଼ିଛି ବାର୍‌ ଲାଇସେନ୍ସ ସେପ୍ଟେମ୍ୱର ମାସରୁ ସରି ଯାଇଛି। ଏହା ସତ୍ତ୍ୱେ ସେଠାରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲୁଥିଲା ବାର୍‌। ଆଉ ଜମୁଥିଲା ମଉଜ ମଜଲିସ୍‌। ନାଚ ଗୀତରେ ମାତୁଥିଲେ ଯୁବକ ଓ ଯୁବତୀ। ବାର୍‌ ଗର୍ଲଙ୍କ ମୁଣ୍ଡ ଉପରେ ଉଡୁଥିଲା ବଣ୍ଡଲ ବଣ୍ଡଲ୍‌ ୧୦, ୨୦, ୫୦, ୫୦୦ ଟଙ୍କିଆ ନୋଟ୍‌। ତେବେ ସେହି ଟଙ୍କା ଅସଲି କି ନକଲି ଜଣାପଡ଼ି ନାହିଁ।

ଆଜି ଅବକାରୀ ବିଭାଗ ଓ କମିଶନରେଟ୍‌ ପୁଲିସ ମିଳିତ ଭାବେ ସେହି ବାର୍‌ରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଟଙ୍କା ପଡ଼ିଥିବା ଦେଖି ତାଜୁବ ହୋଇଥିଲେ। ଏଥିସହ ବାର୍‌ରେ ଥିବା ବିପୁଳ ପରିମାଣର ମଦକୁ ଜବତ କରାଯାଇଛି। ବାର୍‌କୁ ସିଲ୍‌ କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାର୍‌ର ଲିଜ୍‌ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘ ସଂପାଦକ ପ୍ରସନ୍ନ ବେହେରାଙ୍କ ଭାଇଙ୍କ ନାଁରେ ରହିଛି। ଆଉ ଲାଇସେନ୍ସ ପ୍ରଦ୍ୟୁମ୍ନ ଜେନାଙ୍କ ନାଁରେ ରହିଥିଲା। ସେ ବାର୍‌ ଚଳାଇ ପାରୁନଥିବାରୁ ଲିଜ୍‌ରେ ନେଇ ପ୍ରସନ୍ନ ଲିଜ୍‌ରେ ନେଇ ଭାଇ ନାଁରେ ଚଳାଉଥିଲେ। ଘଟଣା ସାମ୍ନାକୁ ଆସିବା ପରେ ପ୍ରସନ୍ନଙ୍କୁ ନିଲମ୍ୱିତ କରାଯାଇଛି।

ସେପଟେ ତମାଣ୍ଡୋ ଥାନା IIC ପ୍ରମୋଦ ପଟ୍ଟନାୟକଙ୍କୁ DCP ଅଫିସକୁ ବଦଳି କରାଯାଇଛି। ବାର୍‌ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କୁ ଥାନାରେ ଅଟକ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story