Advertisment

ବାହାନଗା ଦୁର୍ଘଟଣା: ଦକ୍ଷିଣ-ପୂର୍ବ ରେଳବାଇର ୫ ବରିଷ୍ଠ ଅଫିସରଙ୍କ ବଦଳି

ପୂର୍ବରୁ ଦକ୍ଷିଣପୂର୍ବ ରେଳବାଇ ଏଜିଏମ ଅତୁଲ୍ୟ ସିହ୍ନାଙ୍କ ବଦଳି ହୋଇଥିଲା । ଯଦିଓ ରେଳବାଇ ପକ୍ଷରୁ ଏହାକୁ ସ୍ୱାଭାବିକ ବଦଳି ପ୍ରକ୍ରିୟା  ବୋଲି କୁହାଯାଉଛି, କିନ୍ତୁ ଏକାବେଳେ ଏତେ ସଂଖ୍ୟକ ଶୀର୍ଷ ପଦସ୍ଥ ରେଳବାଇ ଅଫିସରଙ୍କ ବଦଳିକୁ ବାହାନଗା ଟ୍ରେନ ଦୁର୍ଘଟଣା ସହ ଯୋଡ଼ି ଦେଖାଯାଉଛି।

author-image
Ordigital Desk
Train accident

Train accident

ଚଳିତମାସ ୨ତାରିଖରେ ଭୟାବହ ବାହାନଗା ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳବାଇର ୫ଜଣ ଶୀର୍ଷ ପଦସ୍ଥ ଅଫିସରଙ୍କୁ ବଦଳି ହୋଇଛି । ଏଥିରେ ରେଳବାଇ ଅପରେସନ, ସିଗନାଲ, ନିରାପତ୍ତା ଆଦି ଦାୟିତ୍ୱରେ ଥିବା ଅଫିସରମାନଙ୍କୁ ବଦଳି ହୋଇଛି।

Advertisment

ପୂର୍ବରୁ ଦକ୍ଷିଣପୂର୍ବ ରେଳବାଇ ଏଜିଏମ ଅତୁଲ୍ୟ ସିହ୍ନାଙ୍କ ବଦଳି ହୋଇଥିଲା । ଯଦିଓ ରେଳବାଇ ପକ୍ଷରୁ ଏହାକୁ ସ୍ୱାଭାବିକ ବଦଳି ପ୍ରକ୍ରିୟା  ବୋଲି କୁହାଯାଉଛି, କିନ୍ତୁ ଏକାବେଳେ ଏତେ ସଂଖ୍ୟକ ଶୀର୍ଷ ପଦସ୍ଥ ରେଳବାଇ ଅଫିସରଙ୍କ ବଦଳିକୁ ବାହାନଗା ଟ୍ରେନ ଦୁର୍ଘଟଣା ସହ ଯୋଡ଼ି ଦେଖାଯାଉଛି। 

ରେଳବାଇ ବୋର୍ଡ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଗତକାଲି ଖଡ଼ଗପୁର ଡିଭିଜିନ ରେଳବାଇ ମ୍ୟାନେଜର ସୁଜାତ୍ ହାସମୀଙ୍କୁ ଆଜମେର ରେଳବାଇ ରିକ୍ୟୁଟମେଂଟ ବୋର୍ଡ ଅଧ୍ୟକ୍ଷ ଭାବେ ବଦଳି କରାଯାଇଥିବାବେଳେ ଦକ୍ଷିଣ ପୂର୍ବ ରେଳବାଇ ଜୋନର ପ୍ରମୁଖ ମୁଖ୍ୟ ସିଗନାଲ ଓ ଟେଲିକମ୍ୟୁନିକେସନ ଇଞ୍ଜିନିୟର ପିଏମ୍ ସିକଦାରଙ୍କୁ ଉତ୍ତର ପୂର୍ବ ରେଳବାଇର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି, ପ୍ରମୁଖ ମୁଖ୍ୟ ନିରାପତ୍ତା ଅଫିସର ଚନ୍ଦନ ଅଧିକାରୀଙ୍କୁ ଉତ୍ତରପୂର୍ବ ଫ୍ରଣ୍ଟିୟର ରେଳବାଇକୁ, ପ୍ରମୁଖ ମୁଖ୍ୟ ନିରାପତ୍ତା କମିଶନର ଡି ବି କାସକରଙ୍କୁ ଓ ପ୍ରମୁଖ ମୁଖ୍ୟ କର୍ମସିଆଲ ମ୍ୟାନେଜର ଏମଡି ୱେଆଇସିଙ୍କୁ ବଦଳି କରାଯାଇଛି। କେବଳ ଦକ୍ଷିଣପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ନିଜର ପଦ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ପୂର୍ବରୁ ଅତିରିକ୍ତ ଜେନେରାଲ ମ୍ୟାନେଜର ଅତୁଲ୍ୟ ସିହ୍ନାଙ୍କ ବଦଳି ହୋଇଥିଲା ।

Advertisment

ବାହାନଗା ଟ୍ରେନ ଦୁର୍ଘଟଣା ପରେ ପ୍ରଥମଥର ପାଇଁ ଦକ୍ଷିଣ ପୂର୍ବ ରେଳବାଇର ଏତେସଂଖ୍ୟକ ଶୀର୍ଷ ପଦସ୍ଥ ଅଧିକାରୀଙ୍କ ବଦଳି ହୋଇଛି । ଏହି ଟ୍ରେନ ଦୁର୍ଘଟଣାର ତଦନ୍ତ ଏବେ ସିବିଆଇ ଜାରି ରଖିଥିବାବେଳେ କାହାରିକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନି। ଏହି ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୯୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

Odisha Balasore Train Accident