Advertisment

ଅଧା ଓଡ଼ିଶାରୁ ଫେରିଗଲାଣି ମୌସୁମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସକ୍ରିୟ ଥିବା ମୌସୁମୀ ଫେରିବାରେ ଲାଗିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ସୋନପୁର ଓ ନୂଆପଡ଼ା ଜିଲ୍ଲାରୁ ମୌସୁମୀ ଫେରି ଯାଇଛି। ତେବେ ଆଜି ସୁଦ୍ଧା ଅନୁଗୋଳ, ବୌଦ୍ଧର ଜିଲ୍ଲା ଅଧିକାଂଶ ଏବଂ ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ଫେରି ଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇ ୧୦ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଅଧା ଓଡ଼ିଶାରୁ ଫେରିଗଲାଣି ମୌସୁମୀ

Odisha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସକ୍ରିୟ ଥିବା ମୌସୁମୀ ଫେରିବାରେ ଲାଗିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ସୋନପୁର ଓ ନୂଆପଡ଼ା ଜିଲ୍ଲାରୁ ମୌସୁମୀ ଫେରି ଯାଇଛି। ତେବେ ଆଜି ସୁଦ୍ଧା ଅନୁଗୋଳ, ବୌଦ୍ଧର ଜିଲ୍ଲା ଅଧିକାଂଶ ଏବଂ ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ଫେରି ଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଜୁଲାଇ ୧୦ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ମୌସୁମୀ ଛୁଇଁଲା ଦିନ ଦକ୍ଷିଣ ଓଡ଼ିଶା ଏବଂ ବଲାଙ୍ଗିରରେ ଭଲ ବର୍ଷା ହୋଇଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁନ୍‌ ୩ ତାରିଖରେ କେରଳ ଛୁଇଁ ଥିଲା ମୌସୁମୀ ବାୟୁ। ମୌସୁମୀ କେରଳ ଛୁଇଁବାର ପାଖାପାଖି ୧୦ ଦିନ ପରେ  ଓଡ଼ିଶାରେ ପହଞ୍ଚିଥିଲା।

Advertisment

ଓଡ଼ିଶାରେ ମୌସୁସୀ ଛୁଇଁବା ପରେ ଭଲ ବର୍ଷା ହୋଇଥିଲା। କିନ୍ତୁ ଓଡ଼ିଶାର ସବୁ ସ୍ଥାନରେ ବର୍ଷା ହୋଇନଥିଲା। ଯେଉଁଥିପାଇଁ ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। କେତେକ ସ୍ଥାନରେ ଚାଷୀମାନେ ଚାଷ ଜମିରେ ଗୋରୁ ଛାଡ଼ିଦେଇଥିବା ଦେଖିବାକୁ ମିଳିଥିଲା।

https://twitter.com/mcbbsr/status/1447496307963138052?s=20