Advertisment

କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡ଼ି ନଯିବାକୁ ହାତ ଯୋଡ଼ି ଅନୁରୋଧ କଲେ ଏସ୍‌ପି

ବ୍ରହ୍ମପୁର (ଜଗନ୍ନାଥ ସାହୁ): କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡ଼ି ନ ଯିବାକୁ ପ୍ରବାସୀ ଓଡ଼ିଆଙ୍କୁ ହାତଯୋଡ଼ି ଅନୁରୋଧ କଲେ ଏସ୍‌ପି। ଆଉ ଏହାର ଏକ ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ପୂରା ଘଟଣାଟି ଏହିପରି। ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ଜନତା ବିଦ୍ୟାଳୟ ଓ ରାଗପୁର ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ଼ଙ୍କୁ ରଖାଯାଇଥିଲା। ହେଲେ ଏହି ସେଣ୍ଟରରେ ଖାଇବା,ପିଇବା ସହିତ ଅନ୍ୟାନ୍ୟ ବିଭିନ୍ନ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡ଼ି ନଯିବାକୁ ହାତ ଯୋଡ଼ି ଅନୁରୋଧ କଲେ ଏସ୍‌ପି

berhampur

ବ୍ରହ୍ମପୁର (ଜଗନ୍ନାଥ ସାହୁ): କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡ଼ି ନ ଯିବାକୁ ପ୍ରବାସୀ ଓଡ଼ିଆଙ୍କୁ ହାତଯୋଡ଼ି ଅନୁରୋଧ କଲେ ଏସ୍‌ପି। ଆଉ ଏହାର ଏକ ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ।

Advertisment

ପୂରା ଘଟଣାଟି ଏହିପରି। ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ଜନତା ବିଦ୍ୟାଳୟ ଓ ରାଗପୁର ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ଼ଙ୍କୁ ରଖାଯାଇଥିଲା। ହେଲେ ଏହି ସେଣ୍ଟରରେ ଖାଇବା,ପିଇବା ସହିତ ଅନ୍ୟାନ୍ୟ ବିଭିନ୍ନ ଅସୁବିଧା ଅଭିଯୋଗ କରି ଗତକାଲି ୧୦୦ରୁ ଲୋକ ପଳାଇଥିଲେ। ଫଳରେ ପ୍ରଶାସନର ଚିନ୍ତା ବଢ଼ି ଯାଇଥିଲା। ବୁଝାସୁଝା କରି ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକ ଲୋକଙ୍କୁ ଫେରାଇ ଅଣାଯାଇଥିଲା। ଅନ୍ୟମାନଙ୍କୁ ଖୋଜା ଯାଉଛି। ଏନେଇ ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍‌ପି ବ୍ରିଜେଶ ରାୟ ଗତକାଲି ବେଗୁନିଆପଡା ଜନତା ନୋଡାଲ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା କ୍ୱାରାଣ୍ଟେଇନ୍ ସେଣ୍ଟରରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏପରିକି କ୍ୱାରେଣ୍ଟାଇନ୍‌ ସେଣ୍ଟର ଛାଡ଼ି ନ ଯିବାକୁ ପ୍ରବାସୀ ଓଡ଼ିଆଙ୍କୁ ହାତ ଯୋଡ଼ି ନିବେଦନ କରିଥିଲେ ଏସ୍‌ପି। ଆଉ ଏହି ଫଟୋ ଏବେ ବେଶ୍‌ ଭାଇରାଲ୍‌ ହେଉଛି।