Advertisment

କରୋନା ମୁକାବିଲା ପାଇଁ ୬୫୦ ଶଯ୍ୟା ବିଶିଷ୍ଟ ୨ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳିନ ଭିତ୍ତିରେ ପ୍ରସ୍ତୁତି ଚଳାଇଥିବା ବେଳେ ଏଥିରେ ଏବେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି। ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟା ଥିବା ୨ଟି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱର କିମସ୍‌ ହସ୍ପିଟାଲ ପରିସରରେ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ କଟକର ଅଶ୍ୱିନୀ […]

ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହୋଇପାରିବେ କି ଗରିବ ରୋଗୀ?

hospital

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳିନ ଭିତ୍ତିରେ ପ୍ରସ୍ତୁତି ଚଳାଇଥିବା ବେଳେ ଏଥିରେ ଏବେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି। ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟା ଥିବା ୨ଟି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି।

Advertisment

ଭୁବନେଶ୍ୱର କିମସ୍‌ ହସ୍ପିଟାଲ ପରିସରରେ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ୧୫୦ଟି ଶଯ୍ୟା ପ୍ରସ୍ତୁତ ହୋଇଛି। ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଓଡ଼ିଶା ଖଣି ନିଗମ ସହାୟତାରେ ନିର୍ମିତ ହୋଇଛି। କମ୍ ସମୟ ମଧ୍ୟରେ ହସ୍ପିଟାଲ ୨ଟିକୁ ପ୍ରସ୍ତୁତ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମସ୍‌ ଓ ଅଶ୍ୱିନୀ ହସ୍ପିଟାଲର ପରିଚାଳନା କମିଟିକୁ ଧନ୍ୟବାଦ ଦେଇଛନ୍ତି। ଏହାସହ  ଏହି ୨ ସ୍ୱତନ୍ତ୍ର ହସ୍ପିଟାଲରେ ଡାକ୍ତର, ପାରାମେଡିକାଲ ଷ୍ଟାଫଙ୍କ ସହ ଆଲୋଚନା କରିଛନ୍ତି।  କରୋନା ମୁକାବିଲା ନିମନ୍ତେ ଆଗ ଧାଡିର ଯୋଦ୍ଧା ହୋଇଥିବାରୁ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।

କରୋନା ଲଢ଼େଇରେ ଓଡ଼ିଶାର ବିଜୟ ହେବ ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି। କରୋନା ରୋଗୀଙ୍କୁ ମାଗଣା ଚିକିତ୍ସା ଓ ହସ୍ପିଟାଲରେ ଥିବାବେଳେ ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରି ସାରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe