Advertisment

ଭୋଟ୍ ପାଇଁ ମିଳିବ ଛୁଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭୋଟ୍ ଗ୍ରହଣ ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ। ଏହି ଛୁଟି ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ କର୍ମଚାରୀଙ୍କୁ ମିଳିବ। ଏ ନେଇ ସବୁ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ସଚିବ। ଚିଠିରେ ଉଲ୍ଲେଖ ହୋଇଛି ଯେ, ଯେଉଁମାନେ ପଞ୍ଚାୟତ ନିର୍ବାଚନ ଭୋଟ୍‌ ଦେବାକୁ ଆଗ୍ରହୀ ଥିବେ, […]

ଅଦ୍ୟତନ ହୋଇଛି
ଭୋଟ୍ ପାଇଁ ମିଳିବ ଛୁଟି

Election

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭୋଟ୍ ଗ୍ରହଣ ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ। ଏହି ଛୁଟି ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ କର୍ମଚାରୀଙ୍କୁ ମିଳିବ। ଏ ନେଇ ସବୁ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ସଚିବ।

Advertisment

ଚିଠିରେ ଉଲ୍ଲେଖ ହୋଇଛି ଯେ, ଯେଉଁମାନେ ପଞ୍ଚାୟତ ନିର୍ବାଚନ ଭୋଟ୍‌ ଦେବାକୁ ଆଗ୍ରହୀ ଥିବେ, ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ। ଯାହା ପରେ ସରକାରୀ କର୍ମଚାରୀଙ୍କୁ ୩ ଦିନ ସ୍ପେଶାଲ କାଜୁଆଲ୍ ଲିଭ୍ ଦିଆଯିବ। ଭୋଟ ପୂର୍ବଦିନ, ଭୋଟ ଦିନ ଏବଂ ପରଦିନକୁ ମିଶାଇ ମୋଟ ୩ ଦିନ ଛୁଟି ମିଳିବ। ଛୁଟିରେ ରହିଲେ ବି କର୍ମଚାରୀଙ୍କୁ ଦରମା ମିଳିବ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। କମିଶନ ନିର୍ଦ୍ଦେଶ ଦେଇଥିଲେ ଯେ ସରକାରୀ କର୍ମଚାରୀ ବ୍ୟତୀତ ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ବି ଛୁଟି ମିଳିବ। ବୁଥ୍ ଠାରୁ କର୍ମସ୍ଥଳୀ ଦୂରରେ ଥିଲେ କର୍ମଚାରୀମାନଙ୍କୁ ୩ ଦିନର ସ୍ୱତନ୍ତ୍ର CL ଦିଆଯିବ। ଭୋଟ ଗ୍ରହଣ ଦିନ ସଂପୃକ୍ତ ଅଞ୍ଚଳରେ ଥିବା ନ୍ୟାୟିକ କୋର୍ଟ ବନ୍ଦ ରହିବ। ଆଜି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏହାକୁ ମଞ୍ଜୁର କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୬,୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ। ଭୋଟଗଣତି ସମାପ୍ତ ହେବା ସହ ଫେବ୍ରୁଆରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe