Advertisment

ସ୍ପେଶାଲ୍‌ OTET ଫଳାଫଳ ପ୍ରକାଶ

ସ୍ପେଶାଲ OTET- ୨୦୨୫ର ଫଳାଫଳ www.bseodisha.ac.in ରେ ଉପଲବ୍ଧ ଅଛି। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଆବଶ୍ୟକ ଫି’ ଦେଇ ବୋର୍ଡ ୱେବ୍‌ସାଇଟ୍‌ରୁ ସେମାନଙ୍କର ଡିଜିଟାଇଜ୍‌ଡ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍ କରିପାରିବେ।

BSE

ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯ୍ୟାଳୟ

Advertisment

ସ୍ପେଶାଲ OTET- ୨୦୨୫ର ଫଳାଫଳ ଶନିବାର ପ୍ରକାଶ ପାଇଛି। ପେପର-୧ରେ ୪୭.୧୭% ପାସ୍ କରିଥିବା ବେଳେ ପେପର-୨ରେ ୭୮.୩୫% ପାସ୍ କରିଛନ୍ତି। 

Advertisment

ସ୍ପେଶାଲ OTET- ୨୦୨୫ ଦେବା ପାଇଁ ମୋଟ ୭୫ ହଜାର ୪୦୩ ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୯ ହଜାର ୪ ଜଣ ପେପର-୧ ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ୨୭ ହଜାର ୫୩୩ ଜଣ ପରୀକ୍ଷା ଦେଇଥିଲେ। ସେହି ୨୭ ହଜାର ୫୩୩ ଜଣଙ୍କ ମଧ୍ୟରୁ ୧୨ ହଜାର ୯୮୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଅର୍ଥାତ୍ ପେପର-୧ରେ ପାସ୍ ହାର ୪୭.୧୭% ରହିଛି।

ସେହିଭଳି ପେପର-୨ ଦେବା ପାଇଁ ୪୬ ହଜାର ୩୯୯ ଜଣ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୪ ହଜାର ୮୮୦ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୫ ହଜାର ୧୬୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଅର୍ଥାତ୍ ପେପର-୨ରେ ପାସ୍ ହାର ୭୮.୩୫% ରହିଛି। 

Advertisment

ପେପର-୧ ଓ ପେପର-୨ ପରୀକ୍ଷା ଦେବା ପାଇଁ ମୋଟ ୭୫ ହଜାର ୪୦୩ ଜଣ ଫର୍ମପୂରଣ କରିଥିବା ବେଳେ ପରୀକ୍ଷା ଦେଇଥିଲେ ୭୨ ହଜାର ୪୧୩ ଜଣ। ସେମାନଙ୍କ ମଧ୍ୟରୁ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍ ହାର ୬୬.୫୦% ରହିଛି।

ସ୍ପେଶାଲ OTET- ୨୦୨୫ର ଫଳାଫଳ www.bseodisha.ac.in ରେ ଉପଲବ୍ଧ ଅଛି। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଆବଶ୍ୟକ ଫି’ ଦେଇ ବୋର୍ଡ ୱେବ୍‌ସାଇଟ୍‌ରୁ ସେମାନଙ୍କର ଡିଜିଟାଇଜ୍‌ଡ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍ କରିପାରିବେ। ଆଜି (୧୫/୧୧/୨୦୨୫) ଅପରାହ୍ନ ୪ଟାରୁ ୧୫/୦୧/୨୦୨୬ ମଧ୍ୟରାତ୍ର ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବଶ୍ୟକ ଫି’ ଦେଇ ବୋର୍ଡ ୱେବ୍‌ସାଇଟ୍‌ରୁ ଜିଟାଇଜ୍‌ଡ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍ କରିପାରିବେ। 

ଯେଉଁ ପ୍ରାର୍ଥୀମାନେ କୃତକାର୍ଯ୍ୟ ହୋଇନାହାନ୍ତି, ସେମାନେ ୨୨.୧୧.୨୦୨୫ ଅପରାହ୍ନ ୪ଟାରୁ ବୋର୍ଡ ୱେବ୍‌ସାଇଟ୍‌ରୁ ସେମାନଙ୍କ OMR ଆନ୍‌ସର ଶିଟ୍‌ଗୁଡ଼ିକୁ ଡାଉନଲୋଡ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଜାରି ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୭ ତାରିଖରେ ସ୍ପେଶାଲ OTET-୨୦୨୫ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଯୋଗୁ ଏହି ପରୀକ୍ଷା ବାଧାପ୍ରାପ୍ତ ହୋଇଥିଲା। ଶେଷରେ ସେପ୍ଟେମ୍ବର ୨୭ରେ ଏହାକୁ କରାଯାଇଥିଲା।  

OTET
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe